ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଏକ ପୋଲିସ ଷ୍ଟେସନରେ ଜଣେ ବ୍ୟକ୍ତି ନିଜର 8 କୋଟି ମୂଲ୍ୟର କୁକୁର ନିଖୋଜ ହେବା ନେଇ ରିପୋର୍ଟ ଲେଖିଛନ୍ତି। ଏନେଇ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ କହିବା କଥା, ଯେ କେହି ମଧ୍ୟ ତାଙ୍କ ହଜିଯାଇଥିବା କୁକୁରକୁ ଖୋଜି ଆଣିବ ତାକୁ ସେ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେବେ।
ହଜି ଯାଇଥିବା କୁକୁର ଅଲାସ୍କନ ମଲାମୁଟ ପ୍ରଜାତିର। ଯାହାର ଛୁଆର ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ ମିଡିଆ ରିପୋର୍ଟ ଅନୁସାରେ, ଚେତନ ନାମକ ବ୍ୟକ୍ତି ଏହି କୁକୁରକୁ ଚୀନର ବେଜିଂଙ୍ଗରୁ ଆଣିଥିଲେ। ପୋଲିସର କହିବା ଅନୁସାରେ ଚେତନ ଏହା ସନ୍ଦେହ କରୁଛନ୍ତି ଯେ, କେହି ଜଣେ ତାଙ୍କ କୁକୁରକୁ ଚୋରାଇଛି। ସେ ଏହା ମଧ୍ୟ କହିଥିଲେ ଯେ, ସେ ଏହି କୁକୁରକୁ ରକ୍ଷଣାବେକ୍ଷଣ ପାଇଁ ଦେଇଥିଲେ। ସେଠାରୁ ହିଁ ତାଙ୍କ କୁକୁରକୁ କେହି ଚୋରି କରି ନେଇଛି।