ETV Bharat / bharat

‘ଜାନ ହେ ତ ଜାହାଁ ହେ’ - କୋରୋନା ଭାଇରସ

ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ସେ ଲେଖିଛନ୍ତି ଯେ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ନିଜ ଲୋକଙ୍କ ଜୀବନ । ଏଥିପାଇଁ ଆମକୁ କିଛି ବି କରିବାକୁ ପଡିବ । ଅଧିକ ପଢନ୍ତୁ...

‘ଜାନ ହେ ତ ଜାହାଁ ହେ’
‘ଜାନ ହେ ତ ଜାହାଁ ହେ’
author img

By

Published : Mar 28, 2020, 7:53 PM IST

ମୁମ୍ବାଇ: ଚାଲନ୍ତୁ ଜୀବନ ବଞ୍ଚାଇବା । ଜୀବନ ଥିଲେ ହିଁ ବାକି ସବୁ ରହିବ । ଜାନ ହେ ତ ଜାହାଁ ହେ । କିଛି ଏପରି ପ୍ରେରଣାଦାୟୀ ବାର୍ତ୍ତା ସହ ସଦ୍ୟ ଗଠିତ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ 25 କୋଟି ଟଙ୍କା ପ୍ରଦାନ କରିଛନ୍ତି ବଲିଉଡର ଖିଲାଡି କୁମାର ।

akshya-kumar-donate-25-crores-to-pm-cares-fund
‘ଜାନ ହେ ତ ଜାହାଁ ହେ’

ନିଜ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ସେ ଲେଖିଛନ୍ତି ଯେ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ନିଜ ଲୋକଙ୍କ ଜୀବନ । ଏଥିପାଇଁ ଆମକୁ କିଛି ବି କରିବାକୁ ପଡିବ । ଯାହା ଦରକାର ସବୁକିଛି ଦେବାକୁ ଆମେ ସମସ୍ତେ ପ୍ରସ୍ତୁତ ରହିବା ଦରକାର । ପ୍ରଥମେ ପ୍ରତିଟି ଜୀବନ ବଞ୍ଚିବା ଦରକାର । ପ୍ରାଣ ରହିଲେ ସିନା ବାକି ଯାହା କିଛି ହୋଇପାରିବ । ମୁଁ ନିଜ ସେଭିଙ୍ଗସରୁ 25 କୋଟି ଟଙ୍କା ପ୍ରଦାନ କରି ଖୁସି ଅଛି ବୋଲି ସେ ଟ୍ବିଟରରେ ଲେଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଅକ୍ଷୟଙ୍କ ପୂର୍ବରୁ ଆଇଏସ ଆସୋସିଏସନ ଏହି ଫଣ୍ଡକୁ 21 ଲକ୍ଷ ଟଙ୍କା ଦାନ କରିସାରିଛନ୍ତି । ଏହି ଫଣ୍ଡ ଗଠନ ସହ ଏଥିରେ ସବୁ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ମୋଦି ଅନୁରୋଧ କରିଛନ୍ତି । ଏହାର ନାମ ରଖାଯାଇଛି ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ପରିସ୍ଥିତି ରିଲିଫ ଫଣ୍ଡ । ଏକ ସୁସ୍ଥ ଭାରତ ଗଠନରେ ଏହି ଫଣ୍ଡ ସହାୟକ ହେବ ବୋଲି ମୋଦି ଆଶାପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.