ETV Bharat / bharat

ଅକ୍ଷୟ କୁମାରଙ୍କ ସହ ସାକ୍ଷାତକାର: ଗୁଲାମଙ୍କ ବିଷୟରେ ଏମିତି କହିଥିଲେ ମୋଦି - Modi said about Opposition Leader Ghulam Nabi Azad

ବଲିଉଡ ଅଭିନେତା ଅକ୍ଷୟ କୁମାର 2019 ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନରେନ୍ଦ୍ର ମୋଦିଙ୍କ ସହ ଏକ ସାକ୍ଷାତକାର କରିଥିଲେ । ସାକ୍ଷାତକାରରେ ଗୁଲାବ ନବୀ ଆଜାଦଙ୍କ ବିଷୟରେ କହିଥିଲେ ମୋଦି । ଅଧିକ ପଢନ୍ତୁ...

ଅକ୍ଷୟ କୁମାରଙ୍କ ସହ ମୋଦିଙ୍କ ସାକ୍ଷାତକାର
ଅକ୍ଷୟ କୁମାରଙ୍କ ସହ ମୋଦିଙ୍କ ସାକ୍ଷାତକାର
author img

By

Published : Feb 9, 2021, 4:04 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର 2019 ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନରେନ୍ଦ୍ର ମୋଦିଙ୍କ ସହ କରିଥିଲେ ଏକ ସ୍ବତନ୍ତ୍ର ସାକ୍ଷାତକାର । ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଜୀବନି ଏବଂ ଅନୁଭୂତି ବିଷୟରେ ଅନେକ କଥା କହିଥିଲେ। ଏହି ସାକ୍ଷାତକାର ରାଜନୈତିକ ନଥିଲା । ମୋଦିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରିଥିଲେ ଅକ୍ଷୟ କୁମାର ।

ଅକ୍ଷୟ କୁମାରଙ୍କ ସହ ମୋଦିଙ୍କ ସାକ୍ଷାତକାର

ସାକ୍ଷାତକାର ସମୟରେ ବିରୋଧୀଙ୍କ ମଧ୍ୟରେ ମୋଦିଙ୍କ କେହି ବନ୍ଧୁ ଅଛନ୍ତି କି ନାହିଁ ପ୍ରଶ୍ନରେ ମୋଦି ଉତ୍ତର ଦେଇଥିଲେ ଯେ, ‘ହଁ ଅନେକ ବନ୍ଧୁ ଅଛନ୍ତି । ସେଥିମଧ୍ୟରେ ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନାମ ଉଲ୍ଲେଖ କରିଥିଲେ । ମୋଦି ଆହୁରି ମଧ୍ୟ କହିଛନ୍ତି, ‘ଗୁଲାମ ନବୀ ଆଜାଦ ଏବଂ ମୁଁ ଭଲ ବନ୍ଧୁ। ଆମେ ବର୍ଷକୁ ଥରେ କିମ୍ବା ଦୁଇଥର ଏକାଠି ମଧ୍ୟାହ୍ନ ଭୋଜନ କରିଥାଉ’।

ସାକ୍ଷାତକାର ସମୟରେ ମୋଦି ଯେତେବେଳେ ପ୍ରଧାନମନ୍ତ୍ରୀ ନଥିଲେ ସେତେବେଳେ ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ‘ମୁଁ ସଂସଦକୁ ଯାଇଥିଲି । ସେଠାରେ ଗୁଲାମ ନବୀ ଆଜାଦ ଏବଂ ମୁଁ ସଂସଦରେ ବନ୍ଧୁତ୍ବପୂର୍ଣ୍ଣ ଆଲୋଚନା କରୁଥିଲୁ । ସେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ ଯେ ଆପଣ ଆରଏସଏସରୁ ଆସିଛନ୍ତି ତେବେ ଗୁଲାମ ନବୀ ଆଜାଦ ଆପଣଙ୍କ କିପରି ବନ୍ଧୁ ? ମୋଦି କହିଥିଲେ ଯେ ଆଜାଦ ସେହି ସମୟରେ ସାମ୍ବାଦିକଙ୍କୁ ବହୁତ ଭଲ ଉତ୍ତର ଦେଇଥିଲେ । ସେ କହିଥିଲେ, ଆପଣ ଆମ ବିଷୟରେ ଯାହା ଭାବୁଛନ୍ତି ତାହା ଆଦୌ ଠିକ୍ ନୁହେଁ। ସମସ୍ତ ଦଳର ନେତା ଗୋଟିଏ ପରିବାର ଭଳି ପରସ୍ପର ସହିତ ମିଶି କରି ରୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

...................................

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.