ETV Bharat / bharat

ପଞ୍ଜାବ ପୋଲିସକୁ 500 ରିଷ୍ଟ ବ୍ୟାଣ୍ଡ ଦାନ କଲେ ଅକ୍କି

ସବୁ ସମୟରେ ଦେଶବାସୀଙ୍କ ସହ ଠିଆ ହେଉଥିବା ଅଭିନେତା ଅକ୍ଷୟ କୁମାର ଏଥର କୋନା ଯୋଦ୍ଧା ପଞ୍ଜାବର ଜଳନ୍ଧର ପୋଲିସକୁ 500ଟି ରିଷ୍ଟ ବ୍ୟାଣ୍ଡ ପ୍ରଦାନ କରିଛନ୍ତି । ଯାହା କୋରୋନା ଲକ୍ଷଣ ଚିହ୍ନଟରେ ସହାୟକ ହେବ । ଅଧିକ ପଢନ୍ତୁ...

author img

By

Published : Jun 21, 2020, 5:06 PM IST

କୋରୋନା ମୁକାବିଲା: ପଞ୍ଜାବ ପୋଲିସକୁ 500 ହାତ ଘଣ୍ଟା ଦାନ କଲେ ଖିଲାଡି ଷ୍ଟାର

ଚଣ୍ଡିଗଡ: ଖିଲାଡି ଷ୍ଟାର ତାଙ୍କର ସୁ-କାର୍ଯ୍ୟକଳାପ ପାଇଁ ସର୍ବାଦା ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ଆଉ ଏକ କାର୍ଯ୍ୟ ପାଇଁ ପୁଣି ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । କୋଭିଡ-19 ମହାମାରୀ ବିରୋଧରେ ଲଢେଇରେ ଆଗରେ ଥିବା ଜଲନ୍ଧର ପୋଲିସକୁ ସମର୍ଥନ କରିଛନ୍ତି ।

ନିକଟରେ ଅକ୍ଷୟ ଜଲନ୍ଧର କମିଶନରେଟରେ ପୋଲିସରେ ନିୟୋଜିତ ପ୍ରାୟ 500 ରିଷ୍ଟ ବ୍ୟାଣ୍ଡ ଦାନ କରିଥିଲେ । ଏହି ରିଷ୍ଟ ବ୍ୟାଣ୍ଡ କୋଭିଡ-19 ମହାମାରୀ ସମୟରେ ଏହି ନୂତନ ପ୍ରଯୁକ୍ତିବିଦ୍ୟା ସହିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଟ୍ରାକ କରିବା ଏବଂ ପରିଚାଳନା କରିବାରେ ସାହାଯ୍ୟ କରିବ ।

ପୋଲିସ କମିଶନର ଗୁରୁପ୍ରୀତ ସିଂ ଭୁଲ୍ଲର ଏହି 500ଟି ରିଷ୍ଟ ବ୍ୟାଣ୍ଡକୁ ଶନିବାର ତାଙ୍କ କର୍ମଚାରୀଙ୍କ ମଧ୍ୟରେ କରିଛନ୍ତି। ଏଭଳି ପଦକ୍ଷେପ ନେଇଥିବାରୁ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇ ଭୁଲ୍ଲର କହିଛନ୍ତି ଯେ, ଏହା କୋରୋନୋ ଭାଇରସ ଭୟ ମଧ୍ୟରେ ପୋଲିସର ମନୋବଳ ବଢିବ ।

ଏହାପୂର୍ବରୁ ଅକ୍ଷୟ ମୁମ୍ବାଇ ପୋଲିସକୁ ପ୍ରାୟ 1000 ଟି ରିଷ୍ଟ ବ୍ୟାଣ୍ଡ ଦାନ କରିଥିଲେ ଯାହାକି କୋଭିଡ-19 ଲକ୍ଷଣ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ।

କୋରୋନା ଭାଇରସ ସହିତ ଲଢିବା ପାଇଁ ପିଏମ କେୟାର ପାଣ୍ଠିକୁ 25 କୋଟି ଟଙ୍କା ମଧ୍ୟ ଦାନ କରିଛନ୍ତି । ସେ କୋଭିଡ-19 ବିରୋଧରେ ଲଢେଇରେ ବିଏମସି ସହିତ ସକ୍ରିୟ ଭାବରେ ଜଡିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.