ETV Bharat / bharat

‘ଜୟ ସୀତାରାମ କାହିଁକି କହୁନି ବିଜେପି’

ବିଜେପି ସାଂସଦ ରମାଦେବୀଙ୍କୁ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଆଜି ଆଜମ ଖାନ କ୍ଷମାପ୍ରାର୍ଥନା କରିଥିଲେ । ଏହି ଅବସରରେ ରମାଦେବୀ ଆଜମ ଖାନଙ୍କୁ ଆକ୍ଷେପ କରି କିଛି କହିଥିଲେ । ଯାହାର ଜବାବରେ ଅଖିଳେଶ ବିଜେପିକୁ ସମାଲୋଚନା କରିଥିଲେ ।

author img

By

Published : Jul 29, 2019, 6:25 PM IST

ଅଖିଳେଶ ଯାଦବ, ସମାଜବାଦୀ ପାର୍ଟି ସୁପ୍ରିମୋ

ନୂଆଦିଲ୍ଲୀ: ଆଜି ଲୋକସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିଲା ହଟ୍ଟଗୋଳ । ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଆଜମ ଖାନଙ୍କ ମନ୍ତବ୍ୟକୁ ନେଇ ଲାଗି ରହିଥିଲା ପାଟିତୁଣ୍ଡ । ତେବେ ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ରମାଦେବୀଙ୍କୁ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଆଜି ଆଜମ ଖାନ କ୍ଷମାପ୍ରାର୍ଥନା କରିଥିଲେ । ଏହାପରେ ମଧ୍ୟ ବିଜେପି ସଦସ୍ୟ ହଟ୍ଟଗୋଳ ଜାରି ରଖିଥିଲେ । ଏହି ଅବସରରେ ରମାଦେବୀ ଆଜମ ଖାନଙ୍କୁ ଆକ୍ଷେପ କରି କିଛି କହିଥିଲେ । ଯାହାର ଜବାବରେ ଅଖିଳେଶ ବିଜେପିକୁ ସମାଲୋଚନା କରିଥିଲେ ।

ଭିଡିଓ ସୌଜନ୍ଯ: ଲୋକସଭା ଟିଭି

ଅଖିଳେଶ କହିଥିଲେ ଯେ ଜଣେ ମହିଳାଙ୍କ ମୁଖରୁ ଏପରି ଶବ୍ଦ ଶୋଭା ଦେଉନି । ଯେଉଁ ବିଜେପି ଆଜି ମହିଳାଙ୍କ ସପକ୍ଷରେ ବାହାରୁଛି ସେହି ଦଳ ଉନାଓଁ ମାମଲାରେ କଣ କରୁଥିଲା । ଉନ୍ମାଓ ମଧ୍ୟ ଜଣେ ଝିଅର କାହାଣୀ । ଯେଉଁ ରାଜ୍ୟରେ ଏହି ଘଟଣା ଘଟିଛି ତାହାର ସରକାର ବିଜେପି ଅଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଅପରାଧୀ ଗିରଫ ହୋଇପାରିଲାନି । ବିଜେପି କେବେ ମଧ୍ୟ ମହିଳାଙ୍କୁ ସମ୍ମାନ ଦିଏ ନାହିଁ । ଏଥିପାଇଁ ତ ଦଳ ସବୁବେଳେ ଜୟଶ୍ରୀରାମ ନାରା ଦିଏ । କାହିଁକି କେବେ ହେଲେ ବିଜେପି ଜୟସୀତାରାମ କହେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Intro:Body:

BLANK FOR BUSINESS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.