ETV Bharat / bharat

ଓଓ୍ବେସି ରାମ ନାମ ଜପନ୍ତୁ: ମହନ୍ତ ନରେନ୍ଦ୍ର ଗିରି

author img

By

Published : Jul 29, 2020, 7:35 PM IST

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ଭୁମି ପୂଜନରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ କରିଥିବା ଏଆଇଏମ୍‌ଆଇଏମ୍‌ ସାଂସଦ ଓଓ୍ବେସିଙ୍କୁ କଡା ଜବାବ ଦେଲା ଅଖିଳ ଭାରତୀୟ ଆଖଡା ପରିଷଦ । ଅଧିକ ପଢନ୍ତୁ....

ଅଯୋଧ୍ୟା ଭୂମି ପୂଜନ ମାମଲା; ଓଓ୍ବେସି ରାମ ନାମ ଜପନ୍ତୁ: ମହନ୍ତ ନରେନ୍ଦ୍ର ଗିରି

ଲକ୍ଷ୍ନୌ: ଅଗଷ୍ଟ 5ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏଆଇଏମ୍‌ଆଇଏମ୍‌ ସାଂସଦ ଆସାଦୁଦ୍ଦିନ ଓଓ୍ବେସି । ଆଉ ଏହାର ଜବାବ ଦେଇଛି ଅଖିଳ ଭାରତୀୟ ଆଖଡା ପରିଷଦ । ଏହି ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ, ସନାତନ ଧର୍ମର ବିଶ୍ୱାସ ଉପରେ ପ୍ରଶ୍ନ କରିବା ପାଇଁ ଓଓ୍ବେସିଙ୍କର କୌଣସି ଅଧିକାର ନାହିଁ। ସେମାନେ ବୁଝିବା ଉଚିତ ଯେ ନରେନ୍ଦ୍ର ମୋଦି ପ୍ରଥମେ ଜଣେ ହିନ୍ଦୁ, ପରେ ଦେଶର ପ୍ରଧାନମନ୍ତ୍ରୀ ।

ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ, ଓଓ୍ବେସି ପ୍ରତ୍ୟେକ କଥାରେ ରାଜନୀତି କରନ୍ତି ଏବଂ ସେ ଭାରତରେ କରାଯାଇଥିବା କୌଣସି କାର୍ଯ୍ୟକୁ ପସନ୍ଦ କରନ୍ତି ନାହିଁ। ମହନ୍ତ ଓଓ୍ବେସିଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେ କେବଳ ଅଗଷ୍ଟ 5ରେ ଟିଭିରେ ଭୁମି ପୂଜନ ଲାଇଭ ସୋ ଦେଖିବା ଉଚିତ ନୁହେଁ, ବରଂ ପୁରା ସମୟରେ ରାମ ନାମ ମଧ୍ୟ ଜପ କରିବା ଉଚିତ।

ଉଲ୍ଲେଖନୀୟ ଯେ, ରାମ ନଗରୀ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ନିର୍ମାଣର ଭୂମି ପୂଜନ ସମାରୋହରେ ଯୋଗଦେବେ। ତେବେ ଏହି ସମାରୋହରେ ମୋଦିଙ୍କ ଅଂଶଗ୍ରହଣକୁ ନେଇ ସାଂସଦ ଆସଦୁଦ୍ଦିନ ଓଓ୍ବେସି ପ୍ରଶ୍ନ ଉଠାଇଛନ୍ତି । ସେ ଏକ ଟ୍ବିଟରେ ଲେଖିଛନ୍ତି ଯେ ଭୂମି ପୂଜନରେ ସରକାରୀ ଭାବେ ଅଂଶଗ୍ରହଣ କରିବା ପ୍ରଧାନମନ୍ତ୍ରୀଙ୍କ ସାମ୍ବିଧାନିକ ଶପଥର ଉଲ୍ଲଂଘନ ହେବ। ଧର୍ମନିରପେକ୍ଷତା ହେଉଛି ସମ୍ବିଧାନର ମୌଳିକ ଭାବନା ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.