ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ଏନସିପି ନେତା ଅଜିତ ପାଓ୍ବାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କିନ୍ତୁ ଅଜିତ ବିଜେପିକୁ ସମର୍ଥନ କରିବା, ଏହା ତାଙ୍କର ନିଜସ୍ବ ନିଷ୍ପତ୍ତି ବୋଲି ଏନସିପି ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି । ଅନ୍ୟପକ୍ଷେ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଶୁକ୍ରବାର ହୋଇଥିବା ବୈଠକରେ ଅଜିତ ନିଜେ ସାମିଲ ଥିବା ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି ।
ଶୁକ୍ରବାର ରାତି 9ଟା ପର୍ଯ୍ୟନ୍ତ ଅଜୀପ ପାଓ୍ବାର ବୈଠକରେ ଉପସ୍ଥିତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ସମ୍ପୂର୍ଣ୍ଣ ଆଲୋଚନା ସକ୍ରିୟ ଥିବା ବେଳେ ଅଚାନକ ଅଜିତଙ୍କ ଫୋନ ସ୍ବିଚ୍ ଅଫ ହୋଇଯାଇଥିବା ସଞ୍ଜୟ ସୂଚନା ଦେଇଛନ୍ତି । ବୈଠକରେ ଆଲୋଚନା ସମୟରେ ଅଜୀତଙ୍କ ଉପରେ ସନ୍ଦେହ ରହିଥିବା ସଞ୍ଜୟ କହିଛନ୍ତି । ତେବେ ରାତି ପାହିବା ପରେ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିଛି ।