ETV Bharat / bharat

ଅଜୟ କଲାମ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ମୁଖ୍ୟ ପରାମର୍ଶଦାତା ରୂପେ ଅଜେୟା କଲାମଙ୍କୁ ନିଯୁକ୍ତ କରାଯାଇଛି ।

ଫାଇଲ ଫଟୋ
author img

By

Published : Jun 5, 2019, 2:57 PM IST

ଅମରାବତୀ: ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜୟ କଲାମ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା । ଗତ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ମୁଖ୍ୟ ପରାମର୍ଶଦାତା ରୂପେ ଅଜୟ କଲାମଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଏଲ.ବି ସୁବ୍ରମଣ୍ୟମ ।

ସୂଚନା ମୁତାବକ, ଅଜୟ କଲାମ ମୁଖ୍ୟ ପରାମର୍ଶଦାତା ଦାୟିତ୍ବ ସମ୍ଭାଳିବା ସହ ତାଙ୍କ ପାଖରେ କ୍ୟାବିନେଟ ପାହ୍ୟା ରହିବ । ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ସଚିବର ନେତୃତ୍ବ ଗ୍ରହଣ କରିବା ସହ ସମସ୍ତ ବିଭାଗକୁ ନେଇ ସେ ପରାମର୍ଶ ଦେଇପାରିବେ ।

ପ୍ରକାଶ ଥାଉକି, ଗତ ମେ 30ରେ ୱାଇଏସ ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ ଦଳକୁ ଆନ୍ଧ୍ରପ୍ରଦେଶରେ 25ଟି ସିଟ୍ ମଧ୍ୟରୁ 22 ଆସନ ମିଳିଥିଲା ।

Intro:Body:

dgss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.