ETV Bharat / bharat

ବାରଣାସୀରୁ ଲଢିବେନି ପ୍ରିୟଙ୍କା

ପ୍ରିୟଙ୍କା ନୁହେଁ, ବାରଣାସୀରେ ମୋଦିଙ୍କୁ ସାମ୍ନା କରିବେ ଅଜୟ । କଂଗ୍ରେସ ଅଜୟ ରାୟଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ।

author img

By

Published : Apr 25, 2019, 1:45 PM IST

Updated : Apr 25, 2019, 3:00 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବାରଣାସୀରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢିବା ନେଇ ଯେଉଁ ଚର୍ଚ୍ଚା ହୋଇଥିଲା, ସେଥିରେ ପୁନଚ୍ଛେଦ ପଡିଛି । ପ୍ରିୟଙ୍କା ନୁହେଁ, 2014ର ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାମ୍ନା କରିବେ ଅଜୟ ।

2014ରୁ ଏହି ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ବି ସେ ଏହି ଆସନରୁ ନିର୍ବାଚନ ଲଢିବେ । ଏନେଇ ଆସନ୍ତାକାଲି ନାମାଙ୍କନ ଭରିବେ ମୋଦି । ଅନ୍ୟପଟେ ବାରଣାସୀ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଅଜୟ ରାୟଙ୍କୁ ଦଳ ପ୍ରାର୍ଥୀ କରିଛି ।

ପୂର୍ବରୁ ଏହି ଆସନରୁ କଂଗ୍ରେସ ମହାସଚିବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ସରଗରମ ହୋଇଥିଲା । ରାହୁଲ ମଧ୍ୟ ସିଧାସଳଖ ଚର୍ଚ୍ଚାକୁ ଏଡାଇ ଦେଇନଥିଲେ । ମୋଦି ବନାମ ପ୍ରିୟଙ୍କା, ସୋସିଆଲ ମିଡିଆରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଥିଲା ।

Intro:Body:Conclusion:
Last Updated : Apr 25, 2019, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.