ETV Bharat / bharat

ଲକଡାଉନରେ ବିମାନ ଟିକେଟ୍‌ ବୁକିଂର ସମ୍ପୂର୍ଣ୍ଣ ଅର୍ଥ ଫେରାଇବେ କମ୍ପାନୀ

author img

By

Published : Sep 7, 2020, 10:18 AM IST

ଦେଶରେ ପ୍ରଥମ ଦୁଇ ପର୍ଯ୍ୟାୟରେ ହୋଇଥିବା ବିମାନ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ନିକଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ।

ଲକଡାଉନରେ ବୁକିଂ ବିମାନ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବ ଏୟାରଲାଇନ୍ସ

ନୂଆଦିଲ୍ଲୀ: ଲକଡାଉନ ସମୟରେ ପ୍ରଥମ ଦୁଇ ପର୍ଯ୍ୟାୟରେ ଯାତ୍ରା ପାଇଁ ବୁକ୍ ହୋଇଥିବା ବିମାନ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ 25 ରୁ ମେ 3 ମଧ୍ୟରେ ବୁକ୍ ହୋଇଥିବା ଘରୋଇ ଏବଂ ଆନ୍ତର୍ଜାତୀୟ ଟିକେଟ୍ ପାଇଁ ଏହା ପ୍ରଯୁଜ୍ୟ ଏବଂ ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ପଡିବ । ଜନହିତ ଯାଚିକା ଉପରେ ନିଜର ସ୍ଥିତି ବଢାଇବାକୁ ସୁପ୍ରିମକୋର୍ଟ ଆଦେଶ ପରେ କେନ୍ଦ୍ର ଏ ସୂଚନା ଦେଇଛି ।

ସରକାର କହିଛନ୍ତି ଯେ, ଯଦି ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଗୁଡିକ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବାକୁ ଅସମର୍ଥ ତେବେ ଆସନ୍ତା ବର୍ଷ ମାର୍ଚ୍ଚ 31 ପର୍ଯ୍ୟନ୍ତ ଉଡ଼ାଣକାରୀ ମାନେ ଏକ କ୍ରେଡିଟ୍ ସେଲ୍ ପାଇବେ। କେନ୍ଦ୍ର ଏହା ମଧ୍ୟ କହିଛି ଯେ, ଯାତ୍ରୀମାନେ ନିଜ ପସନ୍ଦର ଯେ କୌଣସି ମାର୍ଗରେ କ୍ରେଡିଟ୍ ବ୍ୟବହାର କରିପାରିବେ ଏବଂ ଏହା ଯେକୌଣସି ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ସମର୍ଥ ହେବ । ଏଭଳି ସ୍ଥାନାନ୍ତରକୁ ସୁବିଧା କରିବା ପାଇଁ ଏୟାରଲାଇନ୍ସ ଏକ ଯାନ୍ତ୍ରିକ ଯୋଜନା ପ୍ରସ୍ତୁତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.