ETV Bharat / bharat

କୋଭିଡ ଟୀକାର ସୁପରିବହନ ପାଇଁ ପ୍ରସ୍ତୁତ ବିମାନବନ୍ଦର - କୋଭିଡ ଟୀକାର ସୁପରିବହନ ପାଇଁ ପ୍ରସ୍ତୁତ ବିମାନବନ୍ଦର

କୋଭିଡ ଟୀକାର ଶୀଘ୍ର ପରିବହନ ପାଇଁ ଏବେଠୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି ଭାରତର ପ୍ରମୁଖ ବିମାନ ବନ୍ଦର । ସମ୍ପୂର୍ଣ୍ଣ ପଢନ୍ତୁ..

କୋଭିଡ ଟୀକାର ସୁପରିବହନ ପାଇଁ ପ୍ରସ୍ତୁତ ବିମାନବନ୍ଦର

author img

By

Published : Nov 22, 2020, 5:17 PM IST

ଭୋପାଲ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏକ ସମ୍ମିଳନୀରେ କହିଛନ୍ତି ଯେ ଅକ୍ସଫୋର୍ଡ COVID-19 ଟିକା ପ୍ରାୟ 2021 ମସିହା ଫେବୃଆରୀ - ଏପ୍ରିଲ ସୁଦ୍ଧା ଭାରତୀୟଙ୍କ ପାଇଁ ଉପଲବ୍ଧ ହେବ। ଯାହା ପାଇଁ ଏବେଠୁ ପ୍ରସ୍ତୁତ ଭାରତୀୟ ବିମାନ ବନ୍ଦର । ଯେପରି କମ ସମୟ ମଧ୍ୟରେ କାର୍ଗୋ ବିମାନରେ ଟୀକା ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତର କିଛି ପ୍ରମୁଖ ବିମାନବନ୍ଦର ।

ଏଥିପାଇଁ ବିଶେଷ କରି ଫ୍ଲେକ୍ସିବିଲ ସ୍ଲଟ ଓ ସ୍ବତନ୍ତ୍ର ତାପମାତ୍ରା ନିୟନ୍ତ୍ରିତ ଜୋନ୍‌ ଯୋଗାଇବ ଏୟାର କାର୍ଗୋ । ଟୀକାର କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ସରକାର ମୋଡର୍ନା, ଫାଇଜର, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍ ଏବଂ ଜିଡସ୍ କ୍ୟାଡିଲାଙ୍କ ସହ ଯୋଗାଯୋଗରେ ଅଛନ୍ତି ।

ମୁମ୍ବାଇର CSMIA (ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର) ହେଉଛି ଦେଶର ସବୁଠାରୁ ବଡ ଫାର୍ମା ଗେଟୱେ ଏବଂ ଏହା COVID-19 ଟୀକା ପରିବହନ ପାଇଁ ଫ୍ଲେକ୍ସିବଲ ସ୍ଲଟ୍‌ ଯୋଗାଇବ ବୋଲି ବିମାନବନ୍ଦରର ମୁଖପାତ୍ର କହିଛନ୍ତି ।

COVID-19 ଟୀକା ପରିବହନ ପ୍ରସଙ୍ଗରେ ଏୟାର କାର୍ଗୋ ଅପରେଟର ବ୍ଲୁ ଡାର୍ଟର ମୁଖପାତ୍ର କହିଛନ୍ତି ଯେ ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁଣେ, କୋଲକାତା, ଦିଲ୍ଲୀ, ବାଙ୍ଗାଲୋର ଭଳି ଆଠଟି ଷ୍ଟ୍ରାଟେଜିକ୍ ସ୍ଥାନରେ ଆଠଟି ଫାର୍ମା-ଗ୍ରେଡ୍ କଣ୍ଡିସନର ରୁମ୍ ଅଛି। ଏହି କୋଠରୀଗୁଡ଼ିକ ବ୍ଲୁ ଡାର୍ଟ ବିମାନ ଚଳାଚଳ ଷ୍ଟେସନର ନିକଟବର୍ତ୍ତୀ ଅଟେ । ଯାହା ଶୀଘ୍ର ଟୀକା ପହଞ୍ଚାଇବାରେ ସହାୟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.