ETV Bharat / bharat

ଓଡିଶା ପରେ ଆସାମ, ବିମାନରେ 180 ଶ୍ରମିକଙ୍କୁ ଘରକୁ ପଠାଇଲେ ସୋନୁ ସୁଦ୍

author img

By

Published : Jun 10, 2020, 7:19 AM IST

କୋରୋନା ଲକଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଘରେ ପହଞ୍ଚିବାକୁ ଏୟାର ଏସିଆ ପକ୍ଷରୁ ଆରମ୍ଭ ହୋଇଥିଲା 'ଉମିଦ୍ କି ଉଡାଣ' । ଅଧିକ ପଢନ୍ତୁ...

ଏୟାର ଏସିଆରେ 180 ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲେ ସୋନୁ ସୁଦ

ମୁମ୍ବାଇ: ପୁଣି ସୋନୁ ସୁଦଙ୍କ ବଦନ୍ୟତାରେ ଘରକୁ ଫେରିଲେ ପ୍ରବାସୀ ଶ୍ରମିକ । ମୁମ୍ବାଇରେ ଫସି ରହିଥିବା 180 ଶ୍ରମିକ ଆସାମ ଫେରିଛନ୍ତି । ଏୟାର ଏସିଆ ଓ ବଲିଉଡ ଅଭିନେତା ସୋନୁ ସୁଦଙ୍କ ମିଳିତ ଉଦ୍ୟମରେ ସମସ୍ତ ଶ୍ରମିକଙ୍କୁ ଚାଟାର୍ଡ ବିମାନରେ ପଠାଯାଇଛି ।

‘ଉମିଦ କି ଉଡାଣ’ ବ୍ୟାନର ଦ୍ବାରା 180 ପ୍ରବାସୀ ମୁମ୍ବାଇରୁ ସିଲଚାର ଆସାମ ଫେରିଛନ୍ତି । ‘ଉମିଦ କି ଉଡାଣ’ରେ ଏୟାର ଏସିଆର 12 ତମ ବିମାନ ଉଡାଣ ଭରିଥିଲା । ଏନେଇ ଏୟାର ଏସିଆ ସେଲ ଓ ଡିଷ୍ଟ୍ରିବ୍ୟୁସନର ମୁଖ୍ୟ କହିଛନ୍ତି, ସୋନୁ ସହିତ କାମ କରିବା ଅତ୍ୟନ୍ତ ଆନନ୍ଦଦାୟକ । ଏପରି କାର୍ଯ୍ୟ ଅନ୍ୟ ମଧ୍ୟ ପ୍ରେରଣା ଯୋଗାଇବ ।

ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ସହଯୋଗ ଓ ସହଜ ଉପାୟରେ ଘରେ ପହଞ୍ଚାଇବାକୁ ଏୟାର ଏସିଆ ପକ୍ଷରୁ ‘ଉମିଦ କି ଉଡାଣ’ ଆରମ୍ଭ ହୋଇଥିଲା ।

ଲକଡାଉନର ଦୀର୍ଘ 2 ମାସ ପରେ ମେ 25ରୁ ଘରୋଇ ବିମାନକୁ ଉଡାଣ ଭରିବାକୁ ଅନୁମତି ଦିଆଯାଇଛି । ହେଲେ ଏବେ ବି ଅନ୍ତର୍ଜାତୀୟ ବିମାନକୁ ବାତିଲ ରଖାଯାଇଛି । ସୂଚନାଯୋଗ୍ୟ, ଦେଶରେ 2.66 ଲକ୍ଷ ଲୋକ କୋରୋନା ଦ୍ବାରା ସଂକ୍ରମିତ ହେବା ସହ ମୃତ୍ୟୁସଂଖ୍ୟା 75 ଶହରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.