ନୂଆଦିଲ୍ଲୀ: ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂତନ ମୁଖ୍ୟ ଭାବରେ ଦାୟିଦ୍ବ ଗ୍ରହଣ କଲେ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ । ଏୟାର ମାର୍ଶଲ ବି ସୁରେଶଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।
ୱିଙ୍ଗ କମାଣ୍ଡର ବିବେକ ରାମ ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଜଣେ ଛାତ୍ର । ସେ 1982 ମସିହା ଡିସେମ୍ବର 29 ରେ ଭାରତୀୟ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍ରେ ନିଯୁକ୍ତ ହୋଇଥିଲେ । ସେ ଜଣେ ଯୋଗ୍ୟ ବିମାନ ପ୍ରଶିକ୍ଷକ । ତେବେ ବିବେକ ରାମଙ୍କ ଏପରି ସମୟରେ ଦାୟିଦ୍ବ ଗ୍ରହଣ କରିଛନ୍ତି ଯେତେବେଳେ 5 ଟି ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛନ୍ତି ।
ଚୌଧୁରୀ ନିଜ କ୍ୟାରିୟରରେ ଏୟାର ଅଫିସର ବିଭିନ୍ନ ବିମାନ ଉଡ଼ାଇଛନ୍ତି । ତାଙ୍କର ମିଗ-21 , ମିଗ-23ଏମଏଫ , ମିଗ୍-29 ଏବଂ ସୁଖୋଇ-30ଏମକେଆଇ ଉଡାଇବାରେ ଅଭିଜ୍ଞତା ରହିଛି । ଏହା ବ୍ୟତୀତ ସେ ବାୟୁସେନାର ବିଭିନ୍ନ ପ୍ରକାରର ଯୁଦ୍ଧବିମାନ ଏବଂ ପ୍ରଶିକ୍ଷକ ବିମାନରେ ବାୟୁସେନା ପରୀକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।
ଏହା ବ୍ୟତୀତ ସେ ଜଣେ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ସ୍କ୍ବାଡର କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଏକ ଫ୍ରଣ୍ଟଲାଇନ ଫାଇଟର ବେସକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଜାନୁଆରୀ 2004 ରେ ତାଙ୍କୁ ବାୟୁ ସେନା ପଦକ ଏବଂ ଜାନୁୟାରୀ 2015 ରେ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା ।