ନୂଆଦିଲ୍ଲୀ: ଏଥର ଅନ୍ୟ ଦେଶକୁ ସାହାଯ୍ୟ କରିବେ ଭାରତୀୟ ଚାଷୀ । ଏଥର କୃଷି ଉଡାନ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଦୁଇଟି ଏୟାର ଇଣ୍ଡିଆ ବିମାନ ଲଣ୍ଡନ ଏବଂ ଜର୍ମାନୀର ଫ୍ରାଙ୍କଫର୍ଟକୁ ଋତୁକାଳୀନ ଫଳ ଏବଂ ପନିପରିବା ପହଞ୍ଚାଇବ।
ଏୟାର ଇଣ୍ଡିଆ ଏପ୍ରିଲ 13 ରେ ଲଣ୍ଡନ ଏବଂ ଏପ୍ରିଲ 15 ରେ ଫ୍ରାଙ୍କଫରୁଟ ପାଇଁ ଅପରେସନ୍ ଯୋଜନା କରିଛି। ଉଭୟ ବିମାନ ଭାରତୀୟ କୃଷକମାନଙ୍କଠାରୁ ଫଳ ଏବଂ ପନିପରିବା ନେଇ ଯାତ୍ରା ଆରମ୍ଭ କରିବ । ଫେରିବା ସମୟରେ ଭାରତ ପାଇଁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ଆଣିବେ ।
କୃଷକମାନଙ୍କୁ ବିଦେଶରେ କୃଷିଜାତ ଦ୍ରବ୍ୟ ପରିବହନରେ ସହାୟତା କରିବା ପାଇଁ ସରକାର କୃଷି ଉଡାନ ଯୋଜନା ଆରମ୍ଭ କରିଛନ୍ତି।ଏହା ସିଧାସଳଖ ବଜାରନିବେଶ ପ୍ରଦାନ କରିଥାଏ । ଉଭୟ ଆମଦାନୀ ଏବଂ ରପ୍ତାନି ପାଇଁ ନୂତନ ସୁଯୋଗ ଖୋଲିଥାଏ ଯାହା ଚାଷୀଙ୍କୁ ଉପକୃତ କରିବ ବୋଲି ଜଣେ ବରିଷ୍ଠ ବ୍ୟୁରୋକ୍ରାଟ କହିଛନ୍ତି ।
ଏହି ସମୟରେ, ଫାର୍ମାସ୍ୟୁଟିକାଲ୍ସ, ଚିକିତ୍ସା ଉପକରଣ ଏବଂ COVID-19 ରିଲିଫ ସାମଗ୍ରୀ ପରିବହନ ପାଇଁ ଚୀନ୍ ସହିତ ଏପ୍ରିଲ୍ 4 ରୁ କେନ୍ଦ୍ର ଦ୍ୱାରା ଏକ ଏୟାର ବ୍ରିଜ୍ ସଂଯୋଗ ମଧ୍ୟ ସ୍ଥାପିତ ହୋଇଛି । ଶନିବାର ସକାଳେ ଏୟାର ଇଣ୍ଡିଆ ଫ୍ଲାଇଟ୍ AI349 ଚାଇନାର ସାଂଘାଇରୁ ମୁମ୍ବାଇରେ ପହଞ୍ଚିଥିଲା।