ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ସେପ୍ଟେମ୍ବର 17ରେ ଇରାକର ବସ୍ରାରେ ଫସିରହିଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ଚଳାଇବାକୁ ଯୋଜନା କରିଛି । ଏନେଇ ଗୁରୁବାର ବାଗଦାଦରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି ।
ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଭାରତକୁ ଆସିବାକୁ ଇଚ୍ଛା କରୁଥିବା ସମସ୍ତ ନାଗରିକଙ୍କୁ ଦୂତାବାସରେ ପୁନଃପଞ୍ଜିକରଣ କରିବାକୁ ଅନୁରୋଧ କରାଯାଉଛି । ଏଥିସହ ସେପ୍ଟେମ୍ବର 12 ତାରିଖ ସନ୍ଧ୍ୟା ସୁଦ୍ଧା ବାଧ୍ୟତାମୂଳକ ଅଣ୍ଡରଟେକେନ ଫର୍ମ ପଠାଇବାକୁ ଅନୁରୋଧ କରାଯାଇଛି ।
ପ୍ରକାଶ ଥାଉକି, କୋରୋନା ମହାମାରୀ କାରଣରୁ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇଆଣିବା ପାଇଁ ଗତ ମେ ମାସରେ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ମିଶନର ଷଷ୍ଠ ପର୍ଯ୍ୟାୟ ଜାରି ରହିଛି । ଯାହା ସେପ୍ଟେମ୍ବର 1ରୁ ଅକ୍ଟୋବର 24 ପର୍ଯ୍ୟନ୍ତ ଚାଲିବ ।