ଶ୍ରୀନଗର: ନିଆରା ଢଙ୍ଗରେ ଏୟାର ଇଣ୍ଡିଆ ପାଳିଲା ଗଣତନ୍ତ୍ର ଦିବସ। ସିଡ ପେପରେ ନିର୍ମିତ୍ତ 30 ହଜାର ଇକୋଫ୍ରେଣ୍ଡଲି ଜାତୀୟ ପତାକାକୁ ଦେଶ ସାରା ବିମାନ ଯାତ୍ରୀକୁ ବାଣ୍ଟିଛି ଏୟାର ଇଣ୍ଡିଆ । ମଧ୍ୟପ୍ରଦେଶର ସହରିୟା ଟ୍ରାଇବଲ ସଂସ୍ଥା ଏଭଳି ଇକୋଫ୍ରେଣ୍ଡଲି ଜାତୀୟ ପତାକାକୁ ତିଆରି କରିଛି।
ଶ୍ରୀନଗର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଭଳି ବିମାନ ବନ୍ଦରରେ ପତାକା ବାଣ୍ଟି ସାଧାରଣତନ୍ତ୍ର ଦିବସ ଉତ୍ସବକୁ ପାଳନ କରାଯାଇଛି। ସେହିଭଳି ଶ୍ରୀନଗରର ଐତିହାସିକ ଲାଲଚୌକରେ ଏକ ବଡ ହୋଡିଂ ଲଗାଇ କାଶ୍ମୀରବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛି ଏୟାର ଇଣ୍ଡିଆ।
ଜାମ୍ମୁକାଶ୍ମୀରରୁ ଧାର 370 ଉଠିବା ପରେ କାଶ୍ମୀର ପାଳୁଛି ଏହାର ପ୍ରଥମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ବିମାନ ବନ୍ଦର କତ୍ତୃପକ୍ଷଙ୍କ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇ ବିମାନ ବନ୍ଦରକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଜାତୀୟ ପତାକା ଓ ମିଷ୍ଟାନ୍ନ ବାଣ୍ଟି ଶୁଭେଚ୍ଛା ଜଣାଯାଇଥିଲା।