ETV Bharat / bharat

ଗୁରୁ ନାନକଙ୍କୁ ସମ୍ମାନ: ଏୟାର ଇଣ୍ଡିଆ ଆଙ୍କିଲା 'ଏକ ଓଁକାର'

author img

By

Published : Oct 28, 2019, 10:34 PM IST

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ପର୍ବ । ଏୟାର ଇଣ୍ଡିଆ ତାର ବିମାନର ପଛଭାଗରେ ଶିଖଙ୍କ ଧାର୍ମିକ ଚିହ୍ନ 'ଏକ ଓଁକାର' ଲେଖିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଶିଖଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ପାଳନ ଅବସରରେ ଏୟାର ଇଣ୍ଡିଆ ପକ୍ଷରୁ ଏହା ଦ୍ବାରା ପରିଚାଳିତ ବିମାନର ପଛଭାଗରେ ଶିଖଙ୍କ ଧାର୍ମିକ ଚିହ୍ନ 'ଏକ ଓଁକାର' ଅଙ୍କନ କରାଯାଇଛି।

ଏୟାର ଇଣ୍ଡିଆ ନିଜ ବୋଇଙ୍ଗ-787 ବିମାନରେ ଏହି ଧାର୍ମିକ ଚିହ୍ନକୁ ସ୍ଥାନ ଦେଇଛି। ଏହି ବିମାନ 31 ଅକ୍ଟୋବରରେ ଅମୃତସର ଠାରୁ ବ୍ରିଟେନର ଷ୍ଟେନଷ୍ଟେଡକୁ ଉଡାଣ ଭରିବ। ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏନେଇ ରବିବାର ଏକ ଟ୍ବିଟ କରି ଜଣାଇଛନ୍ତି। ଏନେଇ ସେ ଲେଖିଛନ୍ତି ଯେ, ‘ଶ୍ରୀ ଗୁରୁ ନାନକ ଦେବଜୀଙ୍କ 550 ତମ ଜୟନ୍ତୀ ଅବସରରେ ଏୟାର ଇଣ୍ଡିଆର ବୋଇଙ୍ଗ-787 ଡ୍ରିମଲାଇନରର ପଛ ଭାଗରେ 'ଏକ ଓଁକାର' ଚିହ୍ନ କରିଥିବା ଦେଖିବାକୁ ମିଳିଛି ଯାହା ବେଶ ହୃଦୟସ୍ପର୍ଶୀ’। ଗୁରୁ ନାନକଙ୍କ ଜୟନ୍ତୀ ପାଳନ ଅବସରରେ ଏୟାର ଇଣ୍ଡିଆ ସପ୍ତାହରେ 3 ଥର ମୁମ୍ବାଇ-ଅମୃତଶର- ଷ୍ଟେନଷ୍ଟେଡ ମଧ୍ୟରେ ଚଳାଚଳ କରିବ। ଏହି ବିମାନସେବାର ଲାଭ ଉଠାଇବେ ଶିଖ ଶ୍ରଦ୍ଧାଳୁ।

Intro:Body:

yyy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.