ETV Bharat / bharat

ବେନିନ ଓ ଚାଡରୁ ଫେରିଲେ 147 ଭାରତୀୟ

ସୋମବାର ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ବେନିନ୍ ଏବଂ ଚାଡରୁ 147 ଜଣ ଭାରତୀୟଙ୍କୁ ନେଇ ଫେରିଛି ।

bande bharat misson
ବେନିନ ଏବଂ ଚାଡରୁ ଫେରିଲେ 147 ଭାରତୀୟ
author img

By

Published : Jun 15, 2020, 4:43 PM IST

ନୂଆଦିଲ୍ଲୀ: ବେନିନ ଏବଂ ଚାଡରୁ ଫେରିଲେ 147 ଭାରତୀୟ । ସୋମବାର ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ବେନିନ୍ ଏବଂ ଚାଡରୁ 147 ଜଣ ଭାରତୀୟଙ୍କୁ ନେଇ ଫେରିଛି । ସୋମବାର ଏୟାର ଇଣ୍ଡିଆ ବିମାନ ବେନିନରୁ 126 ଭାରତୀୟ ଏବଂ ଚାଡରୁ 21 ଜଣ ଭାରତୀୟଙ୍କୁ ସ୍ବେଦେଶ ଫେରାଇ ଆଣିଛି ।

କୋରୋନା ମହାମାରୀ ମଧ୍ୟରେ ଲାଗୁ ହୋଇଥିବା ଲକଡାଉନରେ ବିଦେଶରେ ବହୁ ଭାରତୀୟ ଫସି ରହିଛନ୍ତି । ଏଣୁ କେନ୍ଦ୍ର ସରକାର ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି ।

ତେବେ ବର୍ତ୍ତମାନ ବନ୍ଦେ ଭାରତ ମିଶନ ଅଧୀନରେ 1 ଲକ୍ଷ 65 ହଜାର 375 ଭାରତୀୟ ସ୍ବଦେଶ ଫେରିଛନ୍ତି । ସେମାନଙ୍କ ମଧ୍ୟରେ 29034 ପ୍ରବାସୀ ଶ୍ରମିକ ଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ପ୍ରକାଶ ଥାଉକି, ଗତ ମେ 7ରେ ଏହି ମିଶନର ପ୍ରଥମ ଫେଜ ଆରମ୍ଭ କରାଯାଇଥିଲା । ସେହିପରି ମେ 16 ରେ ମିଶନର ଦ୍ବିତୀୟ ଫେଜ ଆରମ୍ଭ ହୋଇଥିଲା । ସେହିପରି ମିଶନର ତୃତୀୟ ଫେଜ ଜୁନ 11ରେ ଆରମ୍ଭ ହୋଇଥିବା ବେଳେ ଜୁନ 30 ଏହି ମିଶନ ଚାଲୁ ରହିବ ବୋଲି ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.