ETV Bharat / bharat

ବାହାରିନରୁ କୋଚି ଆସିଲେ 180 ଭାରତୀୟ

author img

By

Published : May 28, 2020, 10:38 PM IST

ଗୁରୁବାର ଦୁବାଇରୁ କୋଚି, କନ୍ନୌର, କୋଝିକୋଡେ, ହାଇଦ୍ରାବାଦ ଓ ତ୍ରିଭେନ୍ଦ୍ରମକୁ 5ଟି ବିମାନ ଚାଲିଛି । ଏଥିରେ ପ୍ରାୟ 900ରୁ ଅଧିକ ଭାରତୀୟ ସ୍ବଦେଶ ଫେରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବାହାରିନରୁ କୋଚି ଆସିଲେ 180 ଭାରତୀୟ
ବାହାରିନରୁ କୋଚି ଆସିଲେ 180 ଭାରତୀୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧୀନରେ ବାହାରିନରୁ ଫେରିଛନ୍ତି 180 ଭାରତୀୟ । ଏୟାର ଇଣ୍ଡିଆ ବିମାନରେ ଏମାନେ କୋଚି ଅଭିମୁଖେ ବାହାରିଛନ୍ତି । ଏଥିରେ 7 ଜଣ ନବଜାତକ ମଧ୍ୟ ଥିବା ଜଣାପଡିଛି ।

ଏନେଇ ବାହାରିନରେ ଥିବା ଭାରତୀୟ ଦୂତାବାସ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଇଏକ୍ସ 1474 ବିମାନରେ ଏମାନେ ଫେରିଥିବା ଜଣାପଡିଛି । ଏହା କୋଚିରେ ଓହ୍ଲାଇବା ପରେ ଏଥିରୁ ନିଜ ଗନ୍ତବ୍ୟସ୍ଥଳକୁ ସମସ୍ତେ ବସ୍ ଦ୍ବାରା ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

ସେହିପରି ଗୁରୁବାର ଦୁବାଇରୁ କୋଚି, କନ୍ନୌର, କୋଝିକୋଡେ, ହାଇଦ୍ରାବାଦ ଓ ତ୍ରିଭେନ୍ଦ୍ରମକୁ 5ଟି ବିମାନ ଚାଲିଥିବା ଦୁବାଇ ସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଛି । ଏଥିରେ ପ୍ରାୟ 900ରୁ ଅଧିକ ଭାରତୀୟ ସ୍ବଦେଶ ଫେରିଥିବା ଜଣାପଡିଛି । ସେହିପରି ମସ୍କୋରୁ ଏକ ବିମାନରେ ଲକ୍ଷ୍ନୌ ଫେରିଛନ୍ତି 143 ଯାତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.