ETV Bharat / bharat

ଗୃହମନ୍ତ୍ରୀ ହୋଇ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ସହିତ କଥାବାର୍ତ୍ତା , ଉଠାଇନେଲା ଏସଟିଏଫ

author img

By

Published : Jan 11, 2020, 2:10 PM IST

ମଧ୍ୟ ପ୍ରଦେଶର ଏସଟିଏଫ ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ଗୃହମନ୍ତ୍ରୀ ଅମିତ ଶାହା ହୋଇ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ସହ ମୋବାଇଲରେ କଥାବାର୍ତ୍ତା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

air-force-officer-call-to-madhyapradesh-governor-on-the-vocei-of-home-minister-amit-saha
ଫାଇଲ ଫଟୋ

ଭୋପାଳ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହୋଇ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ସହ ମୋବାଇଲରେ କଥାବାର୍ତ୍ତା କରିବା ଅଭିଯୋଗରେ ବାୟୁସେନାର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି। ଏ ଘଟଣାରେ ମଧ୍ୟପ୍ରଦେଶ ଏସଟିଏଫ ଏଡିଜି ଅଶୋକ ଅୱସ୍ତି କହିଛନ୍ତି ଯେ, ୱିଙ୍ଗ କମାଣ୍ଡର କୂଳଦୀପ ବାଘେଲା ଜବଲପୁର ସ୍ଥିତ ମଧ୍ୟପ୍ରଦେଶ ମେଡିକାଲ କଲେଜ ବିଶ୍ବବିଦ୍ୟାଳୟର କୂଳପତି ପଦ ପାଇଁ ନିଜ ବନ୍ଧୁ ଡ.ଚନ୍ଦ୍ରେଶ ଶୁକ୍ଲା ନାଁ ସୁପାରିଶ କରିଥିଲେ।

ଦିଲ୍ଲୀ ବାୟୁସେନା ମୁଖ୍ୟାଳୟରେ ଅବସ୍ଥାପିତ ବାୟୁସେନା ଅଧିକାରୀ କୂଳଦୀପ ବାଘେଲା ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ହୋଇ କଥାବାର୍ତ୍ତା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହା ସହିତ ଏ ମାମଲାରେ ତାଙ୍କର ବନ୍ଧୁ ଚନ୍ଦ୍ରେଶ ଶୁକ୍ଲାଙ୍କୁ ମଧ୍ୟ ଗିରଫ କରାଯାଇଛି।

ଶୁକ୍ଲା ମୋବାଇଲରେ ନିଜକୁ ଗୃହମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବୋଲି କହିଥିଲେ। ଏହାକୁ ରାଜଭବନରେ ସନ୍ଦେହ ଦେଖାଯିବାରୁ ଏହାର ଯାଞ୍ଚ କରାଯାଇଥିଲା। ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା। ଏନେଇ ଏସଟିଏଫକୁ ଖବର ଦିଆଯାଇଥିଲା। ଏସଟିଏଫ ପକ୍ଷରୁ ଏ ମାମଲାର ଖୋଳତାଡ କରାଯିବା ସହ ତଦନ୍ତ କରାଯାଉଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.