ମୁମ୍ବାଇ: ଗୁଜୁରାଟ ରାଜନୀତିରେ ପ୍ରବେଶ କରିବାକୁ ରଣନୀତି ଆରମ୍ଭ କରିଛି AIMIM । ଏନେଇ AIMIM ନେତା ତଥା ମହାରାଷ୍ଟ୍ର ଔରଙ୍ଗାବାଦର ସାଂସଦ ଇମିତିଆଜ ସୟେଦ ଓ ଦଳର ମୁଖପାତ୍ର ଓ୍ବାରିସ ପଠାନ 3 ଦିନିଆ ଗୁଜିରାଟ ଗସ୍ତରେ ଯାଇଛନ୍ତି । ଦୁହେଁ ଭଦୋଦରା ପୌର ନିର୍ବାଚନ ପୁର୍ବରୁ ଗୁଜୁରାଟ ଗସ୍ତରେ ଯାଇ ଆଞ୍ଚଳିକ ରାଜନୈତିକ ଦଳ ଭାରତୀୟ ଜନଜାତି ପାର୍ଟି (BTP)ର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।
ଗୁଜୁରାଟରେ ହେବାକୁ ଥିବା ପୌର ନିର୍ବାଚନରେ ଅଶଂ ଗ୍ରହଣ କରି ରାଜ୍ୟ ରାଜନୀତିରେ ପ୍ରବେଶ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ । ଏନେଇ ଉଭୟ ନେତା ଦକ୍ଷିଣ ଗୁଜୁରାଟର ଭଦୋଦରା ଗସ୍ତ କରି ଗୁଜୁରାଟର ଆଞ୍ଚଳିକ ରାଜନୈତିକ ଦଳ ଭାରତୀୟ ଜନଜାତି ପାର୍ଟି (BTP)ର ସଭାପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି। ପୁର୍ବରୁ ଜନଜାତି ପାର୍ଟି BTP, AIMIM ସହ ମହାମେଣ୍ଟରେ ନିର୍ବାଚନ ଲଢିବା ନେଇ ମଧ୍ୟ ଘୋଷଣା କରି ସାରିଛି ।
AIMIM ର ଉଭୟ ନେତା ଭଦୋଦରା ଏୟାର ପୋର୍ଟରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ AIMIM ଓ BTP ମିଳିତ ଭାବେ ପୌର ନିର୍ବାଚନ ଲଢିବା ପାଇଁ ସହମତି ପ୍ରକାଶ ପାଇଛି । ତେବେ ଏ ପ୍ରସଙ୍ଗରେ ଭାରତୀୟ ଜନଜାତି ପାର୍ଟିର ଅଧ୍ୟକ୍ଷ ଶେଷ ନିଷ୍ପତ୍ତି ନେବେ ।
ଭଦୋଦରା ଅଞ୍ଚଳରେ ସଂଖ୍ୟାଲଘୁ ମୁସଲିମ ମାନଙ୍କୁ କେବଳ ନିର୍ବାଚନରେ ରବର ଷ୍ଟାମ୍ପ ପରି ବ୍ୟବହାର କରାଯାଉଥିବା କଥା ଅଭିଯୋଗ କରିଛନ୍ତି AIMIM ମୁଖପାତ୍ର ଓ୍ବାରିସ ପଠାନ । ନିକଟରେ ହେବାକୁ ଥିବା ଭଦୋଦରା ପୌରପାଳିକା ନିର୍ବାଚନରେ ଉଭୟ ଦଳ ମିଳିତ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ