ETV Bharat / bharat

ଓୱେସୀ ଫାଡିଲେ ସିଏବି ବିଲ କପି; କହିଲେ ଦେଶ ଆଉ ଏକ ଭାଗ ହେବାକୁ ଯାଉଛି - ଏଆଇଏମଆଇଏମ ମୁଖ୍ୟ

ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ। ଗୃହରେ ଜାରି ରହିଛି ବିତର୍କ। ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ବିରୋଧ ପ୍ରଦର୍ଶନକୁ ଗୃହର କାର୍ଯ୍ୟାବଳୀରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଲେ ଅଧ୍ୟକ୍ଷ। କାହିଁକି ପଢନ୍ତୁ...

PHOTO
ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ
author img

By

Published : Dec 9, 2019, 10:02 PM IST

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ ଆଜି ନାଗରିକ ସଂଶୋଧନ ବିଲକୁ ନେଇ ଗୃହରେ ବିତର୍କ ଚାଲିଥିବାବେଳେ ବିତର୍କରେ ଭାଗନେଇ ବିଲର କପିକୁ ଚିରି ଦେଇଛନ୍ତି । ଓୱେସୀ କହିଛନ୍ତି ଦେଶ ଆଉ ଏକ ଭାଗ ହେବାକୁ ଯାଉଛି । ଏହି ନିୟମ ହିଟଲର ଶାସନ ଠାରୁ ମଧ୍ୟ ଭୟଙ୍କର ।

ନିଜ ବକ୍ତବ୍ୟରେ ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରିବା ସହ ବିଲର କପିକୁ ଚିରି ଦେଇଛନ୍ତି । ଏହାସହ ସେ କହିଛନ୍ତି ଏହି ବିଲ ସମ୍ବିଧାନର ମୂଳ ଆଧାରକୁ ଉଲ୍ଲଘଂନ କରୁଛି । ଏହାପୂର୍ବରୁ ମଧ୍ୟ ଧର୍ମ ଆଧାରରେ ନାଗରିକତା ବିଲ ଆଣିବାକୁ ଓୱେସୀ ବିରୋଧ କରୁଥିଲେ । ନିଜ ବକ୍ତବ୍ୟରେ ଆହୁରି କହିଛନ୍ତି ସରକାର ଚୀନ ସମ୍ପର୍କରେ କାହିଁକି କହୁନାହାଁନ୍ତି। ନାଗରିକତା ବିଲ ଦେଶପାଇଁ ବିପଦ ସେଥିପାଇଁ ଏହି ବିଲରୁ ଦେଶକୁ ରକ୍ଷା କରିବାକୁ ପଡିବ । ଧର୍ମ ନିରପେକ୍ଷ ଆମ ଦେଶର ମୂଳ ଆଧାର। ଏହି ବିଲ ଆମ ମୂଳ ଆଧାରକୁ ଉଲ୍ଲଘଂନ କରୁଛି। ଦେଶର ନାଗରିକଙ୍କ ନାଗରିକତ୍ବ ଗୋଟିଏ। ଏହି ବିଲ ଆଣି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଘଂନ କରୁଛନ୍ତି। ମୁଁ ହାତ ଯୋଡି ଗୃହକୁ ଅନୁରୋଧ କରୁଛି ଏହି ବିଲରୁ ଦେଶକୁ ରକ୍ଷା କରନ୍ତୁ ବୋଲି କହିଛନ୍ତି।

ଓୱେସୀ ଫାଡିଲେ ସିଏବି ବିଲ କପି

ତେବେ ଓୱେସୀଙ୍କ ଏହି ଅସଂସଦୀୟ କାର୍ଯ୍ୟକଳାପକୁ ଲୋକସଭାର କାର୍ଯ୍ୟକାରିଣୀରୁ ବାଦ ଦେବାକୁ କହିଛନ୍ତି ଗୃହରେ ଅଧ୍ୟକ୍ଷତା କରୁଥିବା ବରିଷ୍ଠ ସାଂସଦ ରମା ଦେବୀ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.