ETV Bharat / bharat

ବାତ୍ୟା ଯୋଗୁଁ ଘୁଞ୍ଚିଲା ଏମ୍ସ ପିଜି ପରୀକ୍ଷା !

ଚଳିତ ବର୍ଷର ଏମ୍ସ ପିଜି ପରୀକ୍ଷା ପାଇଁ ଭୁବନେଶ୍ବରରେ ପରୀକ୍ଷା କେନ୍ଦ୍ର ରଦ୍ଦ କରିବାକୁ ଶୁକ୍ରବାର ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ।

author img

By

Published : May 4, 2019, 5:43 AM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ଟ୍ୱିଟର

ଭୁବନେଶ୍ବର: ବାତ୍ୟା ଫନି ପାଇଁ ଘୁଞ୍ଚିଲା ଏମ୍ସ ପରୀକ୍ଷା । ଚଳିତ ବର୍ଷର ଏମ୍ସ ପିଜି ପରୀକ୍ଷା ପାଇଁ ଭୁବନେଶ୍ବରରେ ପରୀକ୍ଷା କେନ୍ଦ୍ର ରଦ୍ଦ କରିବାକୁ ଶୁକ୍ରବାର ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ।

ଏହା ବାବଦରେ ଅଧିକ ସୂଚନା ଓ ସହାୟତା ପାଇଁ 24x7 ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ଲୋକଙ୍କୁ କୌଣସି କୁହାବୁଲା ଗୁଜବ କଥାରେ ବିଶ୍ୱାସ ନକରି 011-23061302, 23063205 ଓ 23061469 ହେଲ୍ପ ଲାଇନ ନମ୍ବରରେ କଲ କରି ସୂଚନା ବାବଦରେ ଜାଣିପାରିବେ ବୋଲି କହିଛନ୍ତି ।

ଏମ୍ସ ପିଜି ପରୀକ୍ଷା ମେ 5 ରେ ନିର୍ଦ୍ଧାରିତ ହେବାକୁ ଯାଉଥିବା ପ୍ରିତି ସୁଦାନ ଟ୍ୱିଟ କରି ଜଣାଇଛନ୍ତି। 'ବାତ୍ୟା ଫନି କାରଣରୁ ଏମ୍ସ ଦିଲ୍ଲୀ ଭୁବନେଶ୍ବରରେ ପରୀକ୍ଷା କେନ୍ଦ୍ରକୁ ରଦ୍ଦ କରାଯାଉଛି । ଭୁବନେଶ୍ବରରେ ପରୀକ୍ଷା ରଦ୍ଦ ହେବାରୁ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ଥିତି ସାମାନ୍ୟ ହେବା ପରେ ଖୁବଶୀଘ୍ର ଆଉ ଏକ ପରୀକ୍ଷା ଆୟୋଜିତ କରାଯିବ' ।

ଶୁକ୍ରବାର ଓଡିଶାରେ ଫନି ଲ୍ୟାଣ୍ଡଫଲ କରିବା ପରେ ଏହାର ପ୍ରଭାବରେ ଏମ୍ସ ଭୁବନେଶ୍ୱରର ଗୋଟିଏ କୋଠା କ୍ଷତିଗ୍ରସ୍ତ ହୋଇଛି । ଏହି ଭୟଙ୍କର ବାତ୍ୟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ଅଧିକ ରହିଥିଲା । ଏହି କାରଣରୁ ଅନେକ ସ୍ଥାନରେ ବଡ ବଡ ଗଛ ଉପାଡି ପଡିବା ସହ 8 ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.