ମୁମ୍ବାଇ: ସମଗ୍ର ଦେଶ କୋରୋନା ମହମାରୀ ଯୁଦ୍ଧରେ ଲଢେଇ ଜାରି ରଖିଛି । ଦିନକୁ ଦିନ ସଙ୍ଗୀନ ରୂପ ଧାରଣ କରୁଛି କୋରୋନା । ସେଥିପାଇଁ ଦେଶକୁ ଏହି ବିପଦ ମୁହଁରୁ ବଞ୍ଚାଇବା ପାଇଁ ବହୁ ଅନୁଷ୍ଠାନ ଛୋଟ ବଡ ସହାୟତା କରୁଛନ୍ତି । ଏହି କ୍ରମରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ), ନାଗପୁର ଆଇଆଇଟି ଯୋଧପୁର ଏବଂ ଆଇଆଇଟି ନାଗପୁରର ସହଯୋଗରେ କୋରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧ ରୋଗୀଙ୍କ ଟ୍ରାକିଂ ଏବଂ ମନିଟରିଂ ପାଇଁ ଏକ ମଡେଲ ପ୍ରସ୍ତୁତ କରିଛନ୍ତି ।
ଏହି ଡିଭାଇସକୁ ଏକ ସ୍ମାର୍ଟ ରିଷ୍ଟବ୍ୟାଣ୍ଡ ରୂପେ ତିଆରି କରାଯାଇଛି । ଯାହା ଟ୍ରାକିଂ ଏବଂ ମନିଟରିଂ ପାଇଁ ଯେକୌଣସି ଅନଲାଇନ ମୋବାଇଲ ଆପର ସୀମାକୁ ଦୂର କରିବାକୁ ଡିଜାଇନ୍ କରାଯାଇଛି ।
ଉପଲବ୍ଧ ଥିବା ଆପ କ୍ବାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ଦ୍ବାରା ମୋବାଇଲ୍ ଫୋନର ବାରମ୍ବାର ବ୍ୟବହାର ଏବଂ ସ୍ଥିର ଇଣ୍ଟରନେଟ ସଂଯୋଗର ଉପଲବ୍ଧତା ଉପରେ ନିର୍ଭର କରେ । ଏଥିସହ ଉପଲବ୍ଧ ମୋବାଇଲ ଆପ୍ଗୁଡ଼ିକ ଏକ ଆକ୍ବାରସି ସହ ଲୋକେସନ ଟ୍ରାକିଂ ପାଇଁ ଜିପିଏସ କିମ୍ବା ସେଲ୍ ଟାୱାର ବ୍ୟବହାର କରେ । ଯାହା ବେଳେବେଳେ 1.5 ରୁ 2 କିଲୋମିଟର ମଧ୍ୟରେ ରହିଥାଏ ।
କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ଗତିବିଧିକୁ ଟ୍ରାକ୍ କରିବା ବ୍ୟତୀତ ସେମାନଙ୍କର ଲକ୍ଷଣ ଉପରେ ନଜର ରଖିବା ମଧ୍ୟ ଜରୁରୀ ଅଟେ । ଯାହା ଉପଲବ୍ଧ ଥିବା ଆପରେ କେବଳ ୟୁଜର ସବଜେକ୍ଟିଭ୍ ସେଲ୍ଫ ଆସେସମେଣ୍ଟ ଉପରେ ନିର୍ଭର କରେ ।
ତେବେ ଏହି ଡିଭାଇସକୁ ଆଇଆଇଟି ନାଗପୁର ସିଟି ବେସ୍ଡ ପ୍ରଫେସନାଲ ଡ. ମୟୁର ପାରାତେ ଏବଂ ଡ. ଅଙ୍କିତ ଭୁରାନେ ତିଆରୀ କରିଛନ୍ତି । ତେବେ ଏହି ଡିଭାଇସ ଏକ ଟେକ୍ନୋଲୋଜି ଉପରେ କାମ କରିବ, ଯାହା ଜିପିଏସ ସିଷ୍ଟମ ଠାରୁ ଅଧିକ ପ୍ରଭାବଶାଳୀ ବୋଲି ଡ. ମୟୁର କହିଛନ୍ତି ।