ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ’କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ । ଜୁଲାଇ 20 ଅର୍ଥାତ ଆଜି ଠାରୁ ଏହି ପରୀକ୍ଷଣ ହେବାକୁ ଯାଉଛି । ଶନିବାର ଦିଲ୍ଲୀ ଏମ୍ସର ଏଥିକ୍ସ କମିଟି କୋଭିଡ ଭ୍ୟାକ୍ସିନ ’କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ ଫେଜ-1କୁ ମଞ୍ଜୁରୀ ଦେଇଛି ।
ଏହି ହ୍ୟୁମାନ ଟ୍ରାଏଲ ପାଇଁ 10 ଘଣ୍ଟା ମଧ୍ୟରେ 1000ରୁ ଅଧିକ ପଞ୍ଜିକୃତ ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀ -ଏନସିଆରରେ ରହୁଥିବା ଲୋକମାନେ କେବଳ ନାମ ଲେଖିପାରିବେ । ଭ୍ୟାକସିନକୁ ନେଇ ଅନ୍ୟ 12ଟି ସେଣ୍ଟରରେ ଅନୁମତି ମିଳିବା ପରେ ମଣିଷ ଶରୀରରେ ପରୀକ୍ଷା କରାଯାଇଛି ।
ଯଦି କୌଣସି ବ୍ୟକ୍ତି ସ୍ବଇଚ୍ଛାରେ ’କୋଭାକ୍ସିନ’ ପରୀକ୍ଷଣ କରିବାକୁ ଆଗ୍ରହୀ ତେବେ ସେମାନଙ୍କ ପାଇଁ ଏକ ନମ୍ବର ଜାରି କରାଯାଇଛି । ଯେଉଁଠି ସେମାନେ ସମ୍ପର୍କ କରି ନିଜ ନାଁ ପଞ୍ଜିକୃତ କରାଇପାରିବେ । ଏମ୍ସ ଫ୍ରଫେସର ଡାକ୍ତର ସଞ୍ଜୟ ରାୟଙ୍କ ଅନୁସାରେ, 07428847499 କୁ ଲୋକେ କଲ କରିପାରିବେ । କିମ୍ବା ctaiims.covid19@gmail.com ମେଲ ମଧ୍ୟ କରିପାରିବେ ।
18 ବର୍ଷରୁ ଅଧିକ ଏବଂ 55 ବର୍ଷରୁ କମ୍ ଲୋକ ଏହି ପରୀକ୍ଷାରେ ଭାଗ ନେଇ ପାରିବେ। ଯେଉଁ ବ୍ୟକ୍ତିଙ୍କ ଉପରେ କୋରୋନା ଟିକା ପରୀକ୍ଷା କରାଯିବ, ସେମାନଙ୍କ କୋଭିଡ ପରୀକ୍ଷା ମଧ୍ୟ କରାଯିବ। ରକ୍ତ, ଯକୃତ, ବିପି ଏବଂ କିଡନୀ ସମେତ ସମସ୍ତ ପରୀକ୍ଷଣରେ ସୁସ୍ଥ ଥିବା ଲୋକଙ୍କୁ ଟିକା ଦିଆଯିବ।
ଏହି ପରୀକ୍ଷଣର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ 100 ଜଣ ସାମିଲ ହେବେ । ଏହି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିବ । ଯାହା ଉପରେ ସେମାନଙ୍କୁ ଟିକା ଦିଆଯିବ ।