ETV Bharat / bharat

ବେଆଇନ ବ୍ୟାନର ଘଟଣା, ଏଆଇଏଡିଏମକେ କାର୍ଯ୍ୟକର୍ତ୍ତା ଗିରଫ - aiadmk leader arrest

ଏଆଇଏଡିଏମକେର ବେଆଇନ ବ୍ୟାନର ପଡି ଜଣେ ଇଞ୍ଜିନିୟର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗତ ଶୁକ୍ରବାର ଏଆଇଏଡିଏମକେର  ସ୍ଥାନୀୟ  କାର୍ଯ୍ୟକର୍ତ୍ତା  ଜୟଗୋପାଳଙ୍କୁ ପଶ୍ଚିମ ତାମିଲନାଡୁର କୁଷ୍ଣାଗିରୀ ଜିଲ୍ଲାରୁ  ଗିରଫ କରାଯାଇଛି ।

ଫାଇଲ ଫଟୋ
author img

By

Published : Sep 28, 2019, 11:14 PM IST

ଚେନ୍ନାଇ: ଏଆଇଏଡିଏମକେର ସ୍ଥାନୀୟ କାର୍ଯ୍ୟକର୍ତ୍ତା ଗିରଫ । ଏଆଇଏଡିଏମକେର ବେଆଇନ ବ୍ୟାନର ପଡି ଜଣେ ଇଞ୍ଜିନିୟର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗତ ଶୁକ୍ରବାର ଏଆଇଏଡିଏମକେର ସ୍ଥାନୀୟ କାର୍ଯ୍ୟକର୍ତ୍ତା ଜୟଗୋପାଳଙ୍କୁ ପଶ୍ଚିମ ତାମିଲନାଡୁର କୁଷ୍ଣାଗିରୀ ଜିଲ୍ଲାରୁ ଗିରଫ କରାଯାଇଛି ।

ସୂଚନା ଅନୁୟାୟୀ, ଏଆଇଏଡିଏମକେର କାର୍ଯ୍ୟକର୍ତ୍ତା ଜୟଗୋପାଳ ପଲ୍ଲୀକରନଇ ଠାରେ ନିଜ ପୁଅ ବିବାହ ପାଇଁ ନେତାଙ୍କ ସ୍ବାଗତ ନିମନ୍ତେ ଏକ ବେଆଇନ ବ୍ୟାନର ଲଗାଇଥିଲେ ।

ଯାହାଫଳରେ ସେଠାରେ ଯାଉଥିବା ଶୁଭଶ୍ରୀ ନାମକ ଏକ ଇଞ୍ଜିନିୟର ଛାତ୍ରୀଙ୍କ ଉପରେ ବ୍ୟାନରଟି ପଡିଯାଇଥିଲା । ଏହାପରେ ସେ ଗାଡିରୁ ପଡିଯିବା ପରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଏହି ଘଟଣା ପରେ ଚେନ୍ନାଇ କର୍ପୋରେଶନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମଲରାଜଙ୍କ ଦ୍ବାରା ଏଆଇଏଡିଏମକେର କାର୍ଯ୍ୟକର୍ତ୍ତାଙ୍କ ଉପରେ ବେଆଇନ ବ୍ୟାନର ଲଗାଇବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏହାପରଠାରୁ ଗତ ଦୁଇ ସପ୍ତାହ ହେବ ଜୟଗୋପାଳ ଫେରାର ଥିଲେ । ତେବେ ଗତ ଶୁକ୍ରବାର ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.