ଥିରୁଅନନ୍ତପୁରମ: ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ବିମାନ ବନ୍ଦରରୁ ବହୁ ମୂଲ୍ୟର ସୁନା ବିସ୍କୁଟ ଓ ଅଳଙ୍କାର ମାନ ଜବତ ହେଉଛି। ଯାତ୍ରା ସମୟରେ ଯାତ୍ରୀ ଯେତେ ପ୍ରକାରର କୌଶଳ ବ୍ୟବହାର କରୁ ନା କାହିଁକି ସେ କଷ୍ଟମ ବିଭାଗ ହାତରେ ଧରା ପଡି ସଜା କାଟୁଛି। ଅନେକ ସମୟରେ ଏଭଳି ଘଟଣା ଘଟୁଥିବା ସତ୍ତ୍ବେ ଏହି ତସ୍କରୀ କମିବାର ନାଁ ଧରୁନି ।
![କନ୍ନୁର ବିମାନ ବନ୍ଦରରୁ 1678.5 ଗ୍ରାମ ସୁନା ଜବତ, ଜଣେ ଅଟକ](https://etvbharatimages.akamaized.net/etvbharat/prod-images/9543215_367_9543215_1605343769236.png)
ସେହିପରି ପୁଣି ଶନିବାର କେରଳ ସ୍ଥିତ କନ୍ନୁର ବିମାନ ବନ୍ଦରରେ ଦୁବାଇରୁ ଫେରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ 1678.5 ଗ୍ରାମର ସୁନା ଜବତ ହୋଇଛି। ବିମାନ ବନ୍ଦରରେ ଗ୍ରୀନ ଲାଇନ ଅତିକ୍ରମ କରୁଥିବାବେଳେ, କଷ୍ଟମ ବିଭାଗ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ଏହି ସୁନା ଜବତ କରିଥିଲା । ତେବେ ଜବତ ସୁନାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।
ଏ ସମ୍ପର୍କରେ ଅତ୍ୟଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି କୋଚିର କମିଶନରେଟ ଅଫ କଷ୍ଟମ ବିଭାଗ ।