ଅହମ୍ମଦାବାଦ: ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ । ଆସନ୍ତାକାଲି (ସୋମବାର) ବିଶ୍ବର ସର୍ବବୃହତ ଷ୍ଟାଡିୟମ ମୋଟେରାରେ ଆୟୋଜିତ କାର୍ଯ୍ୟକ୍ରମ ‘ନମସ୍ତେ ଟ୍ରମ୍ପ’ରେ ଦେବେଯୋଗ ଉଭୟ । ମାତ୍ର ଟ୍ରମ୍ପଙ୍କ ଆସିବା ପୂର୍ବରୁ ଆଜି ଷ୍ଟାଡିମୟ ପରିସରରେ ଦେଖାଦେଇଛି ଏକ ଅଦ୍ଭୁତ ଦୃଶ୍ୟ ।
ଷ୍ଟାଡିୟମର 3 ନମ୍ବର ଭିଆଇପି ଗେଟ୍ ପବନରେ ଭାଙ୍ଗି ପଡିଛି । ତେବେ ଚର୍ଚ୍ଚା ହେଉଛି କି ଏହି ଗେଟକୁ ଯୁଦ୍ଧକାଳୀନ ସ୍ଥିତିରେ ନିର୍ମାଣ କରାଯାଇଥିଲା । ଯାହାକି ସାମନ୍ୟ ପବନରେ ଭାଙ୍ଗି ପଡିଛି । ତେବେ ପୁଣିଥିରେ ଗେଟ ନମ୍ବର-3ର ନିର୍ମାଣ କାମ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ଆଗମନ ପାଇଁ ଷ୍ଟାଡିୟମ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଷ୍ଟାଡିୟମ ଭିତର ଓ ବାହାର ଭାଗରେ ବ୍ୟାପକ ଫୋର୍ସ ମୃତୟନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ