ନୂଆଦିଲ୍ଲୀ: ସୋସିଆଲ ମିଡି଼ଆରେ ବିଜେପି ଇ-କାର୍ଡ କରି ଫସିଲେ ଯୁବକ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଆଶାରାମ ବାପୁ ଏବଂ ରାମ ରହିମଙ୍କୁ ବିଜେପିର ସଦସ୍ୟତା ଇ-କାର୍ଡରେ ସାମିଲ କରି ଗିରଫ କରିଛି ଗୁଜୁରାଟ କ୍ରାଇମବ୍ରାଞ୍ଚ ସାଇବର ସେଲ ।
ଦେଶକୁ ଏକା ସହିତ ଗଢିବା ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ସଦସ୍ୟତା ପର୍ବ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଜେପିରେ ଶତାଧିକ ଲୋକେ ସାମିଲ ହେଉଥିବାବେଳେ ସୋସିଆଲ ମିଡିଆରେ ଇ-କାର୍ଡରେ ସଦସ୍ୟତା ଦେଖିବାକୁ ମିଳିଛି ।
ପାକ ପିଏମ ଇମ୍ରାନଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଆଶାରାମ ବାପୁ ଓ ରାମ ରହିମଙ୍କ ବିଜେପିର ସଦସ୍ୟତା କରିବା ସହିତ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଥିବାବେଳେ ଯୁବକ ଜଣକ ଗୁଜୁରାଟର ଗୁଲାମ ଫରୀଦ ଶିଖ(40) ବୋଲି ଜଣାପଡ଼ିଛି ।
ତେବେ ଏଭଳି କରିବା ଦ୍ବାରା ପାର୍ଟି ଉପରେ ଲୋକଙ୍କ ନକରାତ୍ମକ ଭାବନା ପଡ଼ୁଥିବାର କହିଛନ୍ତି ଅହମ୍ମଦାବାଦ ସାଧାରଣ ସମ୍ପାଦକ କମଳେଶ ପଟେଲ ।