ETV Bharat / bharat

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ 8ରେ ବୈଠକ ଡାକିଲେ ବିଜେପି ସଭାପତି - ବିହାର ବିଧାନସଭା ନିର୍ବାଚନ ଫଳାଫଳ

ବିହାର ବିଧାନସଭା ନିର୍ବାଚନ ଏବଂ ସାରା ଦେଶରେ ବଭିନ୍ନ ଉପନିର୍ବାଚନର ଫଳାଫଳ ଘୋଷଣା ହେବ । ଏହା ପୂର୍ବରୁ ନଭେମ୍ବର 8 ରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳର ରାଜ୍ୟ ସାଧାରଣ ସଚିବଙ୍କ ସହ ଆଲୋଚନା ପାଇଁ ଡାକିଲେ ବୈଠକ । ଅଧିକ ପଢନ୍ତୁ...

ଘୋଷଣା ହେବ ନିର୍ବାଚନ ଫଳାଫଳ, 8ରେ ବୈଠକ ଡାକିଲେ ବିଜେପି ସଭାପତି

author img

By

Published : Nov 7, 2020, 9:26 PM IST

ନୂଆଦିଲ୍ଲୀ: ଆସନ୍ତା 10ରେ ବିହାର ବିଧାନସଭା ନିର୍ବାଚନ ଏବଂ ଦେଶର ବିଭିନ୍ନ ଉପନର୍ବାଚନର ଫଳାଫଳ ଘୋଷଣା ହେବ । ଏହା ପୂର୍ବରୁ ବିଜେପି ସଭାପତି ଜେପି ନଡ୍ଡା ନଭେମ୍ବର 8 ରେ ଦଳର ରାଜ୍ୟ ସାଧାରଣ ସମ୍ପାଦକଙ୍କ ବୈଠକ ଡାକିଛନ୍ତି।

ସୂଚନାନୁସାରେ, ସର୍ଭେ ଫଳାଫଳ ବ୍ୟତୀତ ଫଳାଫଳ ଘୋଷଣା ହେବା ପରେ ଦଳର ପ୍ରତିକ୍ରିୟା କିପରି ହେବ ସେନେଇ ମଧ୍ୟ ଆଲୋଚନା କରିବେ। ନୂତନ ସାଧାରଣ ସଚିବଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ଭୂମିକା ଏବଂ ଦାୟିତ୍ବ ବିଷୟରେ ଅବଗତ କରାଯିବ । ସେମାନଙ୍କୁ ନିର୍ବାଚନ ଫଳାଫଳ ପରେ ଦଳର ମତ କିଭଳି ରଖାଯିବ ସେ ନେଇ ମଧ୍ୟ ଆଲୋଚନା କରାଯିବା ସମ୍ଭାବନା ରହିଛି ।

ଏହାପୂର୍ବରୁ ସେପ୍ଟେମ୍ବରରେ ନଡ୍ଡା ତାଙ୍କର ନୂତନ କାର୍ଯ୍ୟାଳୟର ଅଧିକାରୀ ଘୋଷଣା କରିଥିଲେ । ଯେଉଁଥିରେ ରାମ ମାଧବ, ପି ମୁରଲିଧର ରାଓ, ସରୋଜ ପାଣ୍ଡେ ଏବଂ ଅନିଲ ଜେନାଙ୍କ ପରି କେତେକ ବରିଷ୍ଠ ନେତା ସାଧାରଣ ସଚିବ ଭାବରେ ବଦଳି ହୋଇଥିଲେ। ତେବେ ବିହାର ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେବା ପରେ ନୂତନ ଦଳକୁ କୌଣସି ନିର୍ଦ୍ଦିଷ୍ଟ ଭୂମିକା ଦିଆଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.