ETV Bharat / bharat

ପଶ୍ଚିମବଙ୍ଗ ପୋଲିସକୁ ଚିଠି ଲେଖିଲା CRPF, ଶହଙ୍କ ଗସ୍ତ ସମୟରେ ସହଯୋଗ ପାଇଁ ଅପିଲ

author img

By

Published : Dec 17, 2020, 9:55 PM IST

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଯେଭଳି ଭାବରେ ଆକ୍ରମଣ କରାଗଲା, ସେହିପରି ଶାହଙ୍କ ଗସ୍ତ ସମୟରେ ଏହି ଘଟଣାର ପୂନରାବୃତ୍ତି ନହେବା ପାଇଁ ପଶ୍ଚିମବଙ୍ଗ ପୋଲିସକୁ ସିଆରପିଏଫ ଲେଖିଛି ଚିଠି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ପୋଲିସକୁ ଚିଠି ଲେଖିଲା CRPF, ଶାହଙ୍କ ଗସ୍ତ ସମୟରେ ସହଯୋଗ କରିବାକୁ ଅପିଲ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (CRPF) । ଗୃହମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ନେଇ ଯେପରି କୌଣସି ତ୍ରୃଟି ନରହୁ ସେଥିପାଇଁ ସିଆରପିଏଫ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଯେଭଳି ଭାବରେ ଆକ୍ରମଣ କରାଗଲା, ଏହି ଘଟଣାର ପୂନରାବୃତ୍ତି ନହେବା ପାଇଁ ପଶ୍ଚିମବଙ୍ଗ ପୋଲିସକୁ ଚିଠି ଲେଖିଛି ସିଆରପିଏଫ ।

ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତମାନେ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ସବୁ ମହଲରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବୁଧବାର ଏହି ଘଟଣାରେ ପଶ୍ଚିମବଙ୍ଗର 3 ଆଇପିଏସ ଅଧିକାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । 3 ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରକୁ ବଦଳି କରିଦିଆଯାଇଛି ।

ସିଆରପିଏଫ ଯବାନଙ୍କ ଉପରେ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ବ ରହିଛି । ସିଆରପିଏଫ ପକ୍ଷରୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯଏ ପଶ୍ଚିମବଙ୍ଗର ସ୍ଥାନୀୟ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁ, ଯାହାଦ୍ବାରା ପ୍ରଦର୍ଶନକାରୀଙ୍କୁ ରୋକାଯାଇପାରିବ ।

ନଭେମ୍ବର 19ରେ ପଶ୍ଚିମବଙ୍ଗ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଦୁଇ ଦିବସୀୟ ଗସ୍ତକୁ ନେଇ ଅଚାନକ ସରଗରମ ହୋଇପଡିଛି ପଶ୍ଚିମବଙ୍ଗର ରାଜନୈତିକ ମାହୋଲ । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ସମୟରେ ଶାହ ଚାଷୀ ପରିବାରଙ୍କ ସହ ଭୋଜନ କରିବେ । ଏହାସହ ସେ ରାମକୃଷ୍ଣ ମିଶନ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ସ୍ଥାପିତ ବିଶ୍ବବିଦ୍ୟାଳୟ ବିଶ୍ବଭାରତୀର ମଧ୍ୟ ପରିଦର୍ଶନ କରିବେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ମେଦିନାପୁର ରାଲି ସମୟରେ ଅମିତ ଶାହଙ୍କ ଉପସ୍ଥିତିରେ ଟିଏମସିରୁ ଇସ୍ତଫା ଦେଇଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.