ETV Bharat / bharat

କୋଭିଡ୍‌-19 ସମୟରେ କୃଷି - ପ୍ରାଣନାଶକ ଭୂତାଣୁ

କେବଳ ଆମର ସ୍ବାସ୍ଥ୍ୟ ନୁହେଁ ବରଂ ଆମ କୃଷି ଜଗତ ପ୍ରତି କୋଭିଡ୍‌-19 ଏକ ବିନାଶକାରୀ ରାକ୍ଷସର ରୂପ ନେବା ପୂର୍ବରୁ ଏହାକୁ ରୋକିବା ଦିଗରେ ତଥ୍ୟ ଏବଂ ବିଜ୍ଞାନସମ୍ମତ ପ୍ରମାଣ ଭିତ୍ତିରେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ । ଅଧିକ ପଢନ୍ତୁ...

କୋଭିଡ୍‌-19 ସମୟରେ କୃଷି
କୋଭିଡ୍‌-19 ସମୟରେ କୃଷି
author img

By

Published : Mar 19, 2020, 6:13 AM IST

Updated : Mar 19, 2020, 7:59 AM IST

ମାନବିକତା ଏବେ “SARS-Cov-2” ନାମକ ପ୍ରାଣନାଶକ ଭୂତାଣୁ ବଳୟରେ ବନ୍ଦୀ । ବିଶ୍ବର ପ୍ରାୟ ସବୁ ଭାଷାରେ, ଏହି ଭୂତାଣୁ ତୁଳନାରେ ଏହା ଦ୍ବାରା ଜାତ ରୋଗ କୋଭିଡ୍‌-19 (COVID-19) ଅଧିକ କୁଖ୍ୟାତି ହାସଲ କରିବାରେ ଲାଗିଛି । ଅର୍ଥନୀତି ରସାତଳଗାମୀ ହେଉଥିବା ସମୟରେ ରାସ୍ତାଘାଟରେ ଏବଂ ଗଣମାଧ୍ୟମ ଜରିଆରେ ମାନସିକ ବିକୃତି କାୟାବିସ୍ତାର କରୁଛି। ବର୍ତ୍ତମାନର ଏହି କୋରୋନା ଭାଇରସ୍‌ ଆଶଙ୍କା ସମୟରେ ଛିଙ୍କିବା ଏବଂ କାଶିବା ଏକ ନିନ୍ଦନୀୟ କାର୍ଯ୍ୟରେ ପରିଣତ ହୋଇଛି । ସାରା ବିଶ୍ବରେ ଦେଖାଦେଇଥିବା ଏହି ସର୍ବବ୍ୟାପୀ ମହାମାରୀକୁ ନିୟନ୍ତ୍ରଣାଧୀନ କରିବା ସକାଶେ ଅନ୍ୟ ସବୁ ସରକାର ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି, ଭାରତ ସରକାର ମଧ୍ୟ କଠିନ ପ୍ରୟାସ ଚଳାଇଛନ୍ତି । ହେଲେ ଆମକୁ ବିପଦ ଆଶଙ୍କା ଘେରି ରହିଛି । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦେଶ ଚୀନ୍‌ ଏହାର ଶିକାର ହୋଇସାରିଛି, ଇରାନ୍‌କୁ ଏହା ଛାରଖାର କରିବାରେ ଲାଗିଛି, ଏବଂ ହୁଏତ ଦିନ କେଇଟା ଭିତରେ, ଏହା ସାର୍କ ଦେଶ ସମୂହ ଏବଂ ଭାରତରେ ପୂର୍ଣ୍ଣ ମାତ୍ରାରେ ଧ୍ବଂସଲୀଳା ଭିଆଇବ ।

ଦୁର୍ଦ୍ଦିନ ଉପନୀତ ହେବା ପୂର୍ବରୁ ହିଁ ମାସ୍କ, ସାବୁନ, ବିଶୋଧକ ଏବଂ ଏମିତି କେତେ କ’ଣ ନୂଆ ନୂଆ ସାମଗ୍ରୀର କଳାବଜାର ଆରମ୍ଭ ହୋଇଗଲାଣି । ସ୍ପଷ୍ଟତଃ, ଏହି ଭୂତାଣୁ ଜନିତ ହଇଚଇ ଆଡ଼କୁ ସାରା ବିଶ୍ବ ଆକର୍ଷିତ ହେଉଥିବା ବେଳେ ଲୋକେ ଘରେ ଜିନିଷପତ୍ର ମହଜୁଦ କରିବାରେ ଲାଗିଛନ୍ତି । ଏବେ ଭାରତକୁ ଏବଂ ସାରା ବିଶ୍ବକୁ ଗ୍ରାସ କରିଛି କୋଭିଡ୍‌-19ର ଭୟ । କରୋନା ଭାଇରସ୍‌ ତୁଳନାରେ ଏହି ଭୟ ହିଁ ସାରା ବିଶ୍ବ ପ୍ରତି ଅଧିକ ବିପଦର ଆଶଙ୍କା ବହନ କରୁଛି । ଅତି ଶୀଘ୍ର, ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ପ୍ରଭୃତି କଳାବଜାରୀଙ୍କ ଗୁପ୍ତ ଗୋଦାମରେ ରହିଯିବ ଏବଂ ମୃତ୍ୟୁସଂଖ୍ୟା ସହିତ ନୈରାଶ୍ୟର ସ୍ତର ବଢ଼ିବା ସ୍ଥିତିରେ କୃଷି କ୍ଷେତ୍ର ଏବଂ ବିହନକୁ ବି କରୋନା ସଂକଟ ଗ୍ରାସ କରିଥିବା ଭଳି ବ୍ୟବହାର କରାଯିବ।

କୃଷି ଆମ ଜୀବନଧାରଣର ମେରୁଦଣ୍ଡ ସଦୃଶ ଏବଂ ଆଜି ଆମର ଅଧିକାଂଶ କୃଷି କାର୍ଯ୍ୟ ଉତ୍ତମ ଗୁଣମାନର ବିହନ ଏବଂ ବିଶ୍ବ ସ୍ତରରେ ସଂଗଠିତ ବିହନ କ୍ଷେତ୍ର ଉପରେ ନିର୍ଭର କରେ । ମାନବ ସମ୍ବଳ କିମ୍ବା କୃଷି କ୍ଷେତ୍ର ପାଇଁ ଶ୍ରମିକ ଏବଂ ବିହନ, ସାର, ଇତ୍ୟାଦି ସହିତ କୃଷିଜାତ ଉତ୍ପାଦର ଅବାଧ ଗତି ଉପରେ ଆମର ଖାଦ୍ୟଦ୍ରବ୍ୟ ଉତ୍ପାଦନ ନିର୍ଭର କରେ। ଏବେ ଦୁଇଟି ଯାକ ଉପରେ କଟକଣା ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକା ତା’ର ସୀମାକୁ ବନ୍ଦ କରିଦେଇଛି ଏବଂ ତା’ ପଛକୁ ପଛ ୟୁରୋପୀୟ ସଂଘ ଏବଂ ସାରା ବିଶ୍ବ ଭିସା ଖାରଜ କରିବାରେ ଏବଂ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧ ଜାରି କରିବାରେ ଲାଗିଛନ୍ତି । ଏମିତି କି ଦେଶ ଭିତରେ ବି ଲୋକେ ବାହାରକୁ ଯିବାକୁ ଭୟ କରୁଛନ୍ତି ଏବଂ ବିଶେଷତଃ ଲୋକ ଗହଳି ସ୍ଥାନକୁ ଏଡ଼ାଇ ଯାଉଛନ୍ତି । ଭିଏତନାମରୁ ଇଟାଲୀ ଯାଏ, ସବୁଠି ସ୍କୁଲ୍‌ ବନ୍ଦ ରହିଛି ଏବଂ ରାସ୍ତାଘାଟ ନିର୍ଜନ ହୋଇଯାଇଛି । ଆଗକୁ କୃଷି କ୍ଷେତ୍ରରେ କାମ କରିବାକୁ ଲୋକଙ୍କ ଅଭାବ ଦେଖାଦେବ ବୋଲି ବର୍ତ୍ତମାନ ପରିସ୍ଥିତିରୁ ସୂଚନା ମିଳୁଛି । ଚଳିତ ଋତୁରେ କୃଷି କ୍ଷେତ୍ରରେ ଶ୍ରମିକଙ୍କ ମଜୁରି ବଢ଼ିବ ଏବଂ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଦର ବୃଦ୍ଧି ଆଶଙ୍କା ଦେଖାଦେବ। କୁକୁଡ଼ା ପାଳନ କ୍ଷେତ୍ରରେ ଏହି ଆଶଙ୍କା ଆହୁରି ଅଧିକ ହେବ, କାରଣ, ଦିଲ୍ଲୀରେ ଏବେ କୁକୁଡ଼ା ମାଂସ ଦର ଦ୍ରୁତ ହାରରେ କମିବାରେ ଲାଗିଛି । ଆଶଙ୍କିତ ମନୋଭାବ ବୃଦ୍ଧି ପାଇବା ସହିତ କୃଷି ଶ୍ରମିକମାନେ କୁକୁଡ଼ା ଫାର୍ମରେ କାମ କରିବାକୁ ଅଧିକ ଅନିଚ୍ଛା ପ୍ରକାଶ କରିବେ ।

ବିଶ୍ବ ଉତ୍ପାଦ ଯୋଗାଣ ଶୃଙ୍ଖଳ କ୍ଷେତ୍ର ଉପରେ ବିଶ୍ବର ବିହନ କ୍ଷେତ୍ର ଅତି ମାତ୍ରାରେ ନିର୍ଭରଶୀଳ ଏବଂ ବିହନ କ୍ଷେତ୍ରରେ କୌଣସି ଦେଶ ଆତ୍ମନିର୍ଭରଶୀଳ ନୁହେଁ । ବିଭିନ୍ନ ବନ୍ଦର ସହିତ ବିହନ ଜାହାଜ ଚଳାଚଳ ବନ୍ଦ ହୋଇଯିବା ଯୋଗୁଁ ଏ ବର୍ଷ ଶେଷ ଭାଗକୁ କୃଷି ଉତ୍ପାଦ ହାର ପ୍ରଭାବିତ ହେବ । ସାରା ବିଶ୍ବରେ, ବିଷୁବ ରେଖାର ଉତ୍ତରରେ ମକା, ସୂର୍ଯ୍ୟମୂଖୀ, ସୋୟାବିନ୍‌, ଧଳା ସୋରିଷ, ବସନ୍ତ ଋୁତୁର ଗହମ ଏବଂ ବାର୍ଲି, ଖୋଲା ଜମିରେ ପନିପରିବା ପ୍ରଭୃତିର ଚାରା ରୋପଣ ଏବଂ ଦକ୍ଷିଣରେ ରବି ଫସଲ ସକାଶେ ମାର୍ଚ୍ଚ ଏବଂ ଏପ୍ରିଲ ମାସ ଗୁରୁତ୍ବପୂର୍ଣ୍ଣ । ଭାରତରେ ମଧ୍ୟ, ଗ୍ରୀଷ୍ମକାଳୀନ ବା ଜାୟଦ ଋତୁର ଫସଲ ଲାଗି ଏହି ସମୟରେ ବିହନ ବୁଣାଯାଏ । ଯଦି ବିହନ ନ ମିଳିବା କିମ୍ବା ବିଳମ୍ବରେ ପହଞ୍ଚିବା କାରଣରୁ ଫସଲର ଏହି ନିର୍ଦ୍ଧାରିତ ବେଳକାଳକୁ ଚାଷୀମାନେ ହରାଇ ବସନ୍ତି କିମ୍ବା ଏଥିରେ ଡେରି କରନ୍ତି, ତେବେ ହୁଏତ ଖାଦ୍ୟ ଓ ଗୋଖାଦ୍ୟର ଗୁରୁତର ଅଭାବ ପରିଲକ୍ଷିତ ହେବ ଏବଂ ଏ ବର୍ଷ ଶେଷ ଭାଗରେ ଖାଦ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।

ଯଦିଓ ନିକଟରେ, ୟୁରୋପର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ବା ୟୁରୋପିଆନ୍‌ ଫୁଡ୍‌ ସେଫ୍‌ଟି ଅଥରିଟି (EFSA), ରୋଗ ନିୟନ୍ତ୍ରଣ ଏବଂ ପ୍ରତିକାର କେନ୍ଦ୍ର ବା ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ (CDC) ଏବଂ ଖାଦ୍ୟଦ୍ରବ୍ୟରେ ସଂକଟ ସମ୍ଭାବନା ଆକଳନ ପାଇଁ ଥିବା ଜର୍ମାନୀର ଏକ ସଂସ୍ଥା ବୁନ୍ଦେସଇନ୍‌ଷ୍ଟିଚ୍ୟୁଟ୍‌ ଫର ରିସିକୋବିୱେର୍ତୁଙ୍ଗ (BfR)ର ମତାମତ ଉଲ୍ଲେଖ କରି ଅନ୍ତର୍ଜାତୀୟ ବିହନ ମହାସଂଘ (ISF)ର ଏକ ବିବୃତିରେ ଦର୍ଶାଯାଇଛି ଯେ. “ବିହନ ସମେତ ଖାଦ୍ୟ ଦ୍ରବ୍ୟଗୁଡ଼ିକ ଏହି ଭୂତାଣୁର ବାହକ ବୋଲି କୌଣସି ପ୍ରମାଣ ନାହିଁ । ତଥାପି, ନିକଟରେ ଭୂତାଣୁ ସଂକ୍ରମିତ କୌଣସି ପୃଷ୍ଠଭାଗରୁ ଏହାର ବ୍ୟାପ୍ତି ହୁଏତ କେବଳ ସ୍ପର୍ଶଜନିତ ସଂକ୍ରମଣ ହୋଇପାରେ । ହେଲେ, ଏହି ପରିବେଶରେ କରୋନା ଭାଇରସର ସ୍ଥାୟିତ୍ବ ଅପେକ୍ଷାକୃତ କମ୍‌ ହୋଇଥିବାରୁ କେବଳ ସ୍ବଳ୍ପ ସମୟ ଅବଧିର ସଂକ୍ରମଣରେ ଏହା ସମ୍ଭବ ହୋଇପାରେ ।” ଏହାର ଅର୍ଥ ହେଉଛି ଯେ ହୁଏତ ବିହନରୁ ସଂକ୍ରମଣ ହୋଇ ନପାରେ ଏବଂ ତେଣୁ ଆମେ ବେଶୀ ଚିନ୍ତିତ ହେବା କଥା ନୁହେଁ ।

“ଭୟ କେବଳ ଭୟ ମାତ୍ର”

ଏହା ଏକ କଠିନ ସମୟ ଏବଂ ଏହାର ମୁକାବିଲା ପାଇଁ ସାହସ ଓ ସତ୍ୟତାର ଆବଶ୍ୟକତା ରହିଛି । କେବଳ ଆମର ସ୍ବାସ୍ଥ୍ୟ ନୁହେଁ ବରଂ ଆମ କୃଷି ଜଗତ ପ୍ରତି କୋଭିଡ୍‌-19 ଏକ ବିନାଶକାରୀ ରାକ୍ଷସର ରୂପ ନେବା ପୂର୍ବରୁ ଏହାକୁ ରୋକିବା ଦିଗରେ ତଥ୍ୟ ଏବଂ ବିଜ୍ଞାନସମ୍ମତ ପ୍ରମାଣ ଭିତ୍ତିରେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ । ବିହନ ସମେତ କୃଷିଜାତ ଦ୍ରବ୍ୟ ଉପରେ ଭାରତ ଓ ବିଶ୍ବର ଅନ୍ୟାନ୍ୟ ଦେଶର ସରକାର କୌଣସି ପ୍ରତିବନ୍ଧକ ଜାରି କରିବା ଉଚିତ ନୁହେଁ । ବିହନ ରପ୍ତାନୀରେ ନିୟୋଜିତ କର୍ମୀମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିହନ କମ୍ପାନୀଗୁଡ଼ିକ ଦାୟିତ୍ବବାନ ହେବା ଉଚିତ । ଜାହାଜରେ ଯିବାକୁ ଥିବା ବିପୁଳ ପରିମାଣର ସାମଗ୍ରୀ ଓ ବ୍ୟକ୍ତିମାନଙ୍କ ପରୀକ୍ଷଣ କ୍ଷେତ୍ରରେ ବନ୍ଦର କର୍ତ୍ତୃପକ୍ଷଙ୍କ ପାଇଁ ଆଗକୁ କଠିନ ସମୟ ଆସୁଅଛି ଏବଂ ସେମାନଙ୍କୁ ଏଥିରେ ସହଯୋଗ କରିବା ଉଚିତ । ଏହି ଭୂତାଣୁ କେବଳ ବ୍ୟକ୍ତିଠାରୁ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ ଏବଂ ତେଣୁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସର୍ବଶେଷ ନିର୍ଦ୍ଦେଶାବଳୀ ଅନୁସାରେ ବ୍ୟକ୍ତି ଓ କର୍ମୀମାନଙ୍କୁ ସୂଚନା ଦେବା ଉଚିତ ଏବଂ ସେମାନଙ୍କୁ ସଚେତନ କରାଇବା ଆବଶ୍ୟକ । ଜାହାଜରେ ବିହନ ପରିବହନରେ ଏହି ଭୂତାଣୁ ବ୍ୟାପିବାର ସମ୍ଭାବନା ଖୁବ୍‌ କ୍ଷୀଣ ଏବଂ ତେଣୁ ଏହାକୁ ବନ୍ଦ କରିବା କିମ୍ବା ବିଳମ୍ବିତ କରିବା ଉଚିତ ନୁହେଁ । ଏହି ସଂକଟପୂର୍ଣ୍ଣ ସ୍ଥିତିରେ ସାରା ବିଶ୍ବ ଏକତ୍ର ହେବା ଏବଂ କେବଳ କୋରୋନା ଭାଇରସ୍‌ ନୁହେଁ, ଏହାର ଭୟ ସହିତ ମୁକାବିଲା କରିବା ଜରୁରୀ ।

ଇନ୍ଦ୍ର ଶେଖର ସିଂହ, ନିର୍ଦ୍ଦେଶକ-ନୀତି ଓ ପ୍ରସାର, ଭାରତୀୟ ଜାତୀୟ ବିହନ ସଂଘ

Last Updated : Mar 19, 2020, 7:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.