ETV Bharat / bharat

ଟ୍ରକରେ ପିଟିହେଲା କାର, 8 ମୃତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଲକ୍ଷ୍ନୌ ପଟୁ ଦୃତ ଗତିରେ ଆସୁଥିବା ଏକ କାର ଆସି ଟ୍ରକରେ ପିଟିହେବା ଫଳରେ 8 ଜଣଙ୍କର ମୃତ୍ୟୁ।

author img

By

Published : Apr 11, 2019, 11:41 AM IST

ପ୍ରତିକାତ୍ମକ ଫଟୋ

ଆଗ୍ରା: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୃତ ଗତିରେ ଏକ ଏର୍ଟିଗା କାର ଆସି ଟ୍ରକ ପଛପଟେ ବାଡେଇ ହୋଇଥିଲା । ଫଳରେ କାର ଭିତରେ ଥିବା ସମସ୍ତ 8 ଜଣ ଯୁବକଙ୍କର ମୃତ୍ୟୁ ହୋଇଛି ।

ସୂଚନାନୂଯାୟୀ, ସମସ୍ତ ମୃତକ ଜୌନପୁର ଓ ଆଜମଗଡର ବାସିନ୍ଦା । ସେମାନେ ଡା. ଭିମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଶିକ୍ଷକତା ପାଇଁ ଇଣ୍ଟରଭ୍ୟୁରେ ଆସିଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ କାରଟି ଲକ୍ଷ୍ମୌ ପଟୁ ଆସୁଥିବାବେଳେ ସେ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ ଓ କାରର ଟାୟାର ଫାଟିଯିବାରୁ ଟ୍ରକ ତଳକୁ କାରଟି ଆସିଯାଇ ଚାପିହୋଇଯାଇଥିଲା ।

ଖବରପାଇ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଭିତରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲା । ତେବେ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2ଜଣଙ୍କୁ ହସ୍ପିଟାଲ ନେବା ରାସ୍ତାରେ ମୃତ୍ୟୁ ହୋଇଛି । ପୋଲିସ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Intro:Body:

aslkjalks

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.