ଲକ୍ଷ୍ମୌ: କୁହୁଡି ଯୋଗୁଁ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ। ଏହି ଦୁର୍ଘଟଣାରେ 2 ମୃତ ଓ 24ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ଖବର ମିଳିଛି। ସୋମବାର ସକାଳ ସମୟରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣାଟି ଘଟିଛି। ଉତ୍ତରପ୍ରଦେଶ ଆଗ୍ରାରୁ ଲକ୍ଷ୍ମୌରୁ ଅଭିମୁଖେ ଯାତ୍ରା କରୁଥିବା ଏକ ଭଲଭୋ ବସ ଭାରସାମ୍ୟ ହରାଇ ଖାଇକୁ ଖସିପଡିବା ପରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁସାରେ, ଦୁର୍ଘଟଣା ଘଟିବା ପରେ ବସ ଭିତରେ ଥିବା ଯାତ୍ରୀମାନେ ଚିତ୍କାର କରିଥିଲେ । ଏହାକୁ ଶୁଣିବାରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ବସର ଝରକା କାଚ ଭାଙ୍ଗି ଉଦ୍ଧାର କରିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଫତେହବାଦ ସିଏସସି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।