ବେଙ୍ଗାଲୁରୁ: ମନୋରଞ୍ଜନ ପାଇଁ ଡାର୍ଟ ଜିପ୍ ଡ୍ରାଇଭ ବା ଦୁର୍ଗମ ପଥରେ ଜିପ ଚଲାଇବା କାର୍ଯ୍ୟକ୍ରମ ଶ୍ରୀଙ୍ଗେରି ଆଡଭେଞ୍ଚର ଏବଂ ମୋଟର କ୍ଲବ ଦ୍ବାରା ଆୟୋଜିତ ହୋଇଛି । 'ମାଲନାଡ ଥ୍ରିଲ୍ସ 4x4' ନାମକ ଏହି ମନୋରଞ୍ଜନ ପୂର୍ବକ ଜିପ ଚାଳନ କାର୍ଯ୍ୟକ୍ରମରେ ପ୍ରାୟ 50ରୁ ଅଧିକ ଜିପ ଚାଳକ ଯୋଗ ଦେଇଥିବା ସୂଚନା ମିଳିଛି ।
ତେବେ ଦୁର୍ଗମ ପଥରେ ଜିପ୍କୁ ଚାଳନ କରିବା କାର୍ଯ୍ୟକ୍ରମକୁ ଲୋକମାନେ ବେଶ୍ ଉପଭୋଗ କରିଥିଲେ, ଯାହାକି ଦକ୍ଷ ଏବଂ ବିପଦପୂର୍ଣ୍ଣ ଥିଲା । ଜିପ୍ ଚାଳକମାନେ ସୁନ୍ଦର ସବୁଜ ଜଙ୍ଗଲ ମଧ୍ୟରେ, ବଡ ବଡ ପାହାଡ ଓ ବିଶାଳ ଭଗ୍ନ ପାହାଡ ଉପରେ ଜିପ୍ ଚାଳନ କରୁଥିଲେ । ଏହି ମନୋରଞ୍ଜନ ପୂର୍ବକ ଜିପ୍ ଚାଳନ କାର୍ଯ୍ୟକ୍ରମ ଧରେକୋପ୍ପା, କୋଲାରମନେ ଓ ଶ୍ରୀଙ୍ଗେରୀ ଆଦି ଗ୍ରାମକୁ ମିଶାଇ ମୋଟ 10ଟି ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।
ଏହି ମଜାଳିଆ କାର୍ଯ୍ୟକ୍ରମରେ କେରଳ, ଚିକ୍କାମାଗଲୁରୁ, ସାକ୍ଲେଶପୁର, କୋଡାଗୁ, ବାଙ୍ଗାଲୋର ଏବଂ ମାଙ୍ଗାଲୋରର ଆଦି ଅଞ୍ଚଳରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଚିକ୍କାମାଗଲୁରୁ ଜିଲ୍ଲାରେ ସାଧାରଣତଃ ଏହିପରି ପ୍ରତିଯୋଗିତା ବାରମ୍ବାର ହୋଇଥାଏ । ଦୁଃସାହସିକ ଚାଳକମାନେ ଜିପ୍ ଚଳାଇବା ସମୟରେ ଏହାର କଠିନ ଅଂଶକୁ ଖାତିର ନ କରି ଡ୍ରାଇଭ ସମୟକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ