ETV Bharat / bharat

ଅଯୋଧ୍ୟାରେ ନିର୍ମିତ ହେବ ସର୍ବବୃହତ ରାମମୂର୍ତ୍ତି, ବିକାଶର ଶିଖର ଛୁଇଁବ ପର୍ଯ୍ୟଟନସ୍ଥଳ

author img

By

Published : Nov 18, 2019, 1:15 PM IST

Updated : Nov 18, 2019, 1:39 PM IST

ଅଯୋଧ୍ୟାରେ ନିର୍ମାଣ ହେବ ବିଶ୍ବର ସର୍ବବୃହତ ରାମ ମୂର୍ତ୍ତି। ରାମନବମୀ ଦିନ ସୁନାର ଗର୍ଭଗୃହକୁ ଭଗବାନ ରାମଲାଲାଙ୍କୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶୁଭ ସମୟ ଘୋଷଣା କରାଯାଇଛି। ଅଧିକ ଖବର ପଢନ୍ତୁ...

ଅଯୋଧ୍ୟାରେ ହେବ ସର୍ବ ବୃହତ ରାମମୂର୍ତ୍ତି,ବିକାଶର ଶିଖର ଛୁଇଁବ ପର୍ଯ୍ୟଟନସ୍ଥଳ

ନୂଆଦିଲ୍ଲୀ: ଐତିହାସିକ ଅଯୋଧ୍ୟା ମାମଲାର ଶୁଣାଣି ପରେ ଏବେ ସମୟ ଆସିଛି ମନ୍ଦିର ନିର୍ମାଣ କରିବାର। ଏନେଇ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଓ ଯୋଜନା ପରିଯୋଜନା ସମାପ୍ତି ଘଟିଛି। ଅଯୋଧ୍ୟାର ପବିତ୍ର ମାଟିରେ ରାମନବମୀରେ ରାମଲାଲା ବିରାଜମାନ କରିବେ। ଏପରି ସମ୍ବାଦ ପାଇ ଅଯୋଧ୍ୟାବାସୀ ଓ ରାମ ଭକ୍ତ ଖୁସିରେେ ବିଭୋର ହୋଇଯାଇଛନ୍ତି।

ସୂଚନା ଅନୁସାରେ,ରାମନବମୀ ଦିନ ସୁନାର ଗର୍ଭଗୃହକୁ ଭଗବାନ ରାମଲାଲାଙ୍କୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶୁଭ ସମୟ ଘୋଷଣା କରାଯାଇଛି। ସାଧୁସନ୍ଥଙ୍କ କହିବା ଅନୁସାରେ ଆସନ୍ତା ବର୍ଷ ମାର୍ଚ୍ଚ 25ରେ ହିନ୍ଦୁ ନବବର୍ଷ ଅଥବା ରାମନବମୀ ଦିନ ମନ୍ଦିରର ଶିଳାନ୍ୟାସ କରାଯିବ।

ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଲମ୍ବ ୨୬୮ ମିଟର ହେବ। ଏହାର ପ୍ରସ୍ଥ ୧୪୦ ମିଟର ଓ ଉଚ୍ଚତା ୧୨୮ ମିଟର ହେବ। ପ୍ରଥମ ମହଲାରେ ୧୦୬ଟି ଖମ୍ବ ରହିବ। ମନ୍ଦିରରେ ୩ଟି ମଣ୍ଡପ ରହିବ।

ସିଂହ ମଣ୍ଡପ, ରଙ୍ଗ ମଣ୍ଡପ ଓ କୋଳି ମଣ୍ଡପ। ଗର୍ଭ ଗୃହର ଚାରିପାର୍ଶ୍ବରେ ଏକ ରାସ୍ତା ୧୦ ଫୁଟ ପ୍ରସ୍ଥରେ ନିର୍ମାଣ ହେବ, ଯେଉଁଥିରେ ଶ୍ରଦ୍ଧାଳୁ ପରିଭ୍ରମଣ କରିବେ। ମନ୍ଦିରର ତଳ ମହଲାରେ ରାମଲଲା ବିଜାରମାନ କରିବେ। ପ୍ରଥମ ମହଲାରେ ରାମ ଦରବାର ଅର୍ଥାତ ଶ୍ରୀରାମ-ମାତା ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବ।

ସର୍ବୋଚ୍ଚ ନ୍ୟାୟାଳୟର ରାୟ ଆସିବା ପରେ ଅଯୋଧ୍ୟାର ବିବାଦୀୟ ଜମିରେ ହୋଟେଲ,ପର୍ଯ୍ୟଟନସ୍ଥଳୀ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇ ସହରର ବିକାଶ କରାଯିବ। ତେବେ ହିନ୍ଦୁଙ୍କୁ ମିଳିଥିବା 2.77 ଏକର ଜମିରେ 3 ମାସ ମଧ୍ୟରେ ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ଟ୍ରଷ୍ଟଗଠନ କରାଯିବ।

ସେହିପରି ହୋମଗ୍ରାଉନ ହୋଟେଲର ନିର୍ଦ୍ଦେଶକ ଭିବାସ ପ୍ରସାଦ ଅଯୋଧ୍ୟା ସହରରେ 25ଟି ଗୃହ ବିଶିଷ୍ଟ ବୁଟିକ୍ ହୋଟେଲ ରୁମ କରିବାକୁ ଯୋଜନା କରିଥିବା ପ୍ରକାଶ କରିଛନ୍ତି। ସେହିପରି ଉତ୍ତରାଖଣ୍ଡର ଚାରିଧାମ ହରିଦ୍ବାର,ଋଷିକେଶ,ବଦ୍ରିନାଥ ଓ କେଦାରନାଥ,ଗଙ୍ଗୋତ୍ରୀ ଓ ଯମୁନେତ୍ରୀରେ ଉନ୍ନତୀକରଣ କରାଯିବ।

ରାଜ୍ୟ ସରକାର ସହର ବିକାଶ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗତକିଛିଦିନ ତଳେ ଉତ୍ତରପ୍ରଦେଶ ସରକାର ସରଯୁ ନଦୀକୂଳରେ 725 ଫୁଟ ଉଚ୍ଚତାର ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ 446 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ରାଜ୍ୟରେ 285 କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ଯାହା ବିଦେଶୀ ପର୍ଯ୍ୟଟକଙ୍କୁ ବହୁଳ ମାତ୍ରାରେ ଆକର୍ଷିତ କରିବ। 2017 ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ସର୍ବାଧିକ ଘରୋଇ ପର୍ଯ୍ୟଟକ ପରିଭ୍ରମଣ କ୍ଷେତ୍ରରେ ତାମିଲନାଡୁ ପରେ ଉତ୍ତରପ୍ରଦେଶ ଦ୍ବିତୀୟ ସ୍ଥାନ ଅଧିକାର କରିଛି।

Intro:Body:

BLANK FOR  LINK 

Conclusion:
Last Updated : Nov 18, 2019, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.