ETV Bharat / bharat

ହାଣ୍ଡିଶାଳରେ ପୁଣି ମହଙ୍ଗା ମାଡ; ପିଆଜ ପରେ ଏବେ ଖାଇବା ତେଲର ସଙ୍କଟ - oil price hiked in a week in India

ପିଆଜ ପରେ ଏବେ ଲୋକଙ୍କ ଚିନ୍ତା ବଢାଇଛି ଖାଇବା ତେଲର ଦର ବୃଦ୍ଧି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

After onion now edible oil price hiked in a week in India
ପିଆଜ ପରେ ଏବେ ଖାଇବା ତେଲର ସଙ୍କଟ
author img

By

Published : Jan 5, 2020, 6:10 PM IST

ମୁମ୍ବାଇ: ପୁଣି ହାଣ୍ଡିଶାଳରେ ମହଙ୍ଗା ମାଡ । ପିଆଜ ପରେ ଏବେ ଲୋକଙ୍କୁ ଖାଇବା ତେଲର ଅଚାନକ ଦର ବୃଦ୍ଧି ପୁଣି ଥରେ ଶକ୍ତ ଧକ୍କା ଦେଇଛି । ହେଲେ ତୈଳ ଦର କମ ହେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସଙ୍କେତ ମିଳିନାହିଁ ।

ସୂଚନାଯୋଗ୍ୟ, ସାରା ଦେଶରେ ବିଭିନ୍ନ ପ୍ରକାରର ଖାଦ୍ୟ ତେଲର ବ୍ୟବହାର କରାଯାଉଥିବା ବେଳେ ପାମୋଲିନ ତେଲର ଅଧିକ ବ୍ୟବହାର କରାଯାଇଥାଏ । ମାତ୍ର ଭାରତରେ ଏହା ଉତ୍ପାଦନ 2 ପ୍ରତିଶତ ହୋଇଥାଏ । ଏଥିପାଇଁ 98 ପ୍ରତିଶତ ତେଲ ମାଲେସିଆ ଓ ଇଣ୍ଡୋନେସିଆରୁ ଆସିଥାଏ ।

ସେହିପରି ସୋରିଷ ତେଲର ବ୍ୟବହାର 20 ପ୍ରତିଶତ କରାଯାଉଥିବା ବେଳେ ଭାରତରେ ଏହାର ଉତ୍ପାଦନ 100 ପ୍ରତିଶତ ହୋଇଥାଏ । ସନଫ୍ଲାୱାରର ରିଫାଇନ ତେଲ 15 ପ୍ରତିଶତ ହୋଇଥାଏ ।

ଯାହାର ଉତ୍ପାଦନ ଦେଶରେ 20 ପ୍ରତିଶତ ହେଉଥିବାବେଳେ ବାକି 80 ପ୍ରତିଶତ ଯୁକ୍ରେନ ଓ ଋଷରୁ ଆସିଥାଏ । ଦେଶରେ 10 ପ୍ରତିଶତ ସୋୟାବିନ ତେଲ ବ୍ୟବହୃତ ହୁଏ । କିନ୍ତୁ 65 ପ୍ରତିଶତ ବ୍ରାଜିଲ ଓ ଆର୍ଜେଣ୍ଟିନାରୁ ଆସିଥାଏ । ତେବେ ଗୋଟିଏ ସପ୍ତାହ ମଧ୍ୟରେ ଏସବୁ ଖାଦ୍ୟ ତେଲର ଦର ବୃଦ୍ଧି ଘଟିଛି । ତେଲର ଏହି ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଜାଣନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ବଢିଥିବା ତେଲର ଦର ବୃଦ୍ଧି ସମ୍ପର୍କରେ;-

ସୋରିଷ ତେଲ ଲିଟର ପ୍ରତି ଦର 100ରୁ ବୃଦ୍ଧି ପାଇ 130ରେ ପହଞ୍ଚିଛି । ସନଫ୍ଲାୱାର 90ରୁ ବଢି 120, ପାମୋଲିନ ତେଲ 70ଠୁ ବଢିଯାଇ 100ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଅଖିଳ ଭାରତୀୟ ଖାଦ୍ୟ ତେଲର ବ୍ୟବସାୟୀ ମହାସଂଘର ଅଧ୍ୟକ୍ଷ ଶଙ୍କର ଠକ୍କରଙ୍କ କହିବାନୁଯାୟୀ, କଞ୍ଚା ଖାଦ୍ୟ ତେଲର ଆୟତ ଶୁଳ୍କ 15ରୁ 20 ପ୍ରତିଶତ କମ କରି ସରକାର ଗ୍ରାହକଙ୍କୁ ଆଶ୍ବସ୍ତି ଦେବେ ।

Intro:Body:

zdgbvDFgdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.