ETV Bharat / bharat

ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ

author img

By

Published : Aug 3, 2020, 3:25 PM IST

ନିଷ୍ପତି ବଦଳାଇଲା ନେପାଳ ସରକାର । ମାସେ ହେବ ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର । ବର୍ତ୍ତମାନ ଯେଉଁ ଚ୍ୟାନେଲଗୁଡ଼ିକ ପ୍ରସାରଣ ହେଉଛି ଜି ନ୍ୟୁଜ୍, ଆଜ ଟାକ, ଇଣ୍ଡିଆ ଟିଭି ଏବଂ ଏବିପି ନ୍ୟୁଜ୍ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ...

ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ
ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ

ନୂଆଦିଲ୍ଲୀ: ନିଷ୍ପତି ବଦଳାଇଲା ନେପାଳ ସରକାର । ମାସେ ହେବ ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର । ବର୍ତ୍ତମାନ ଯେଉଁ ଚ୍ୟାନେଲଗୁଡ଼ିକ ପ୍ରସାରଣ ହେଉଛି ଜି ନ୍ୟୁଜ୍, ଆଜ ତକ, ଇଣ୍ଡିଆ ଟିଭି ଏବଂ ଏବିପି ନ୍ୟୁଜ୍ ଅନ୍ତର୍ଭୁକ୍ତ । ନେପାଳ ଡିସ୍ ହୋମର ପରିଚାଳନା ନିର୍ଦ୍ଦେଶକ ସୁଦୀପ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ଆଚାର୍ଯ୍ୟ କହିଛନ୍ତି, "ନେପାଳରେ ନିଷିଦ୍ଧ ହୋଇଥିବା ସମସ୍ତ ନ୍ୟୁଜ ଚ୍ୟାନେଲଗୁଡ଼ିକୁ ଆମେ ପ୍ରସାରଣ ଆରମ୍ଭ କରିଛୁ" ।

ନେପାଳରେ ରାଜନୀତିକ ସଙ୍କଟ ଦେଖାଦେଇଥିବା ବେଳେ ଜୁଲାଇ ଆରମ୍ଭରେ ନେପାଳ ସରକାର ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡ଼ିକର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଜୁଲାଇ 10 ରେ ଡିଡି ନ୍ୟୁଜ୍ ବ୍ୟତୀତ ସମସ୍ତ ନ୍ୟୁଜ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲା ନେପାଳ । ଏହା ପରେ ନେପାଳ ଗଣମାଧ୍ୟମ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିଥିଲା । ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖପାତ୍ର ନାରାୟଣ କାଜି କହିଛନ୍ତି ଯେ, ନେପାଳ ସରକାର ଏବଂ ଆମ ପ୍ରଧାନମନ୍ତ୍ରୀଙ୍କୁ ବିରୋଧରେ ଭାରତୀୟ ଗଣମାଧ୍ୟମ ବିଭ୍ରାନ୍ତକାର ପ୍ରଚାର କରିଥିଲା । ଯାହାକି ସମସ୍ତ ସୀମା ଅତିକ୍ରମ କରିଥିଲା । ଏବେ ନେପାଳ ସରକାର ଭାରତୀୟ ଗଣମାଧ୍ୟମକୁ ପୁଣିଥରେ ଅନ୍ ଏୟାର କରିଛି।

ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା । ସେହି ଦିନ ଠାରୁ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲଙ୍କ ବୈଦେଶିକ ନୀତି ସମାଲୋଚନା ହୋଇଥିଲା । ଏବେ ତାଙ୍କ ଦଳ ଭିତରେ ଇସ୍ତଫା ଦାବି ଜୋର ଧରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେ 8 ରେ ଉତ୍ତରାଖଣ୍ଡର ଧର୍ଚୁଲା ସହିତ ଲିପୁଲେଖ ପାସକୁ ସଂଯୋଗ କରୁଥିବା 80 କିଲୋମିଟର ଦୀର୍ଘ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉଦ୍ଘାଟନ କରିବା ପରେ ଭାରତ-ନେପାଳ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟରେ ତିକ୍ତତା ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.