ETV Bharat / bharat

ମୋ ପରେ ଇଭିଏମକୁ ଗାଳି ଦେଉଛନ୍ତି ବିରୋଧି: ନରେନ୍ଦ୍ର ମୋଦି

ମୋ ପରେ ଏବେ ଇଭିଏମକୁ ଗାଳି ଦେବା ଆରମ୍ଭ କରିଦେଲେଣୀ ବିରୋଧି। ନିର୍ବାଚନ ଫଳାଫଳ ନ ଆସୁଣୁ ସେମାନଙ୍କୁ ପରାଜୟର ଭୟ ଘାରିଲାଣି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

author img

By

Published : Apr 24, 2019, 2:57 PM IST

Updated : Apr 24, 2019, 5:09 PM IST

ଫାଇଲ ଫଟୋ

ରାଞ୍ଚି: ଆସନ୍ତା ସୋମବାର 29 ତାରିଖ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏଥିପାଇଁ ଜୋରସୋର୍‌ରେ ପ୍ରଚାର ଚଳାଇଛନ୍ତି ସବୁଦଳ । ଏହିକ୍ରମରେ ଝାଡଖଣ୍ଡର ଲୋହରଦଗା ସଂସଦୀୟ କ୍ଷେତ୍ର ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏନେଇ ସେ କହିଛନ୍ତି, " ନିର୍ବାଚନ ପୂର୍ବରୁ ମୋତେ ଆଉ ଏବେ ଇଭିଏମକୁ ଗାଳି ଗାଳି ଦିଆଯାଉଛି । ନିର୍ବାଚନରେ ହାରି ଯିବା ଭୟ ଏବେଠାରୁ ବିରୋଧିଙ୍କୁ ଘାରିଲାଣି । ଯଦି କୌଣସି ପିଲା ପରୀକ୍ଷାରେ ଫେଲ୍‌ ହୁଏ ତାହାଲେ ସେ କଲମକୁ ଦାୟୀ କରିଥାଏ । " ଏବେ ସେଭଳି ଆଭିମୁଖ୍ୟ ବିରୋଧି ଦେଖାଉଛନ୍ତି ବୋଲି ସେ ଜଣାଇଛନ୍ତି।

ଅନ୍ୟପଟେ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରକୁ ଘେରୁଥିବା ବିରୋଧିଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ସେ । ଏ ସମ୍ପର୍କରେ ମତ ଦେଇ ସେ କହିଛନ୍ତି ଯେ, ପବିତ୍ର ଇଷ୍ଟର ସନ୍‌ଡେ ଅବସରରେ ଆତଙ୍କବାଦୀ ନାରକୀୟ କାଣ୍ଡ ଭିଆଇଥଲେ। ଆଉ ଆମ ଦେଶରେ ଏଭଳି ସ୍ଥିତି 2014 ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଥିଲା।

sample description
Last Updated : Apr 24, 2019, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.