ରାଞ୍ଚି: ବିବାହ ମଣ୍ଡପରୁ ମତଦାନ କେନ୍ଦ୍ର । ଆଗେ ଶାଶୁଘର ନୁହଁ ସର୍ବପ୍ରଥମେ ଭୋଟ ଦାନ । ଲୋକତନ୍ତ୍ରର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଝାଡଖଣ୍ଡର ହଜାରୀବାଗରେ । ବାହାଘର ପରେ ବର କନ୍ୟା ଘରକୁ ନଯାଇ ମଣ୍ଡପରୁ ସିଧାସଳଖ ମତଦାନ କେନ୍ଦ୍ର ଯାଇ ଭୋଟ ଦେଇଛନ୍ତି । ଆଉ ସେମାନଙ୍କର ଏଭଳି ପଦକ୍ଷେପକୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି ।
ସୂଚନାମୁତାବକ, ହଜାରୀବାଗର ଝିଅ ପ୍ରିୟଙ୍କା ବାହାଘର ପରେ ସିଧା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ତାଙ୍କର ବାହାଘର କୋଲକତାରେ ହୋଇଥିବା ସତ୍ତ୍ବେ ସେ ଭୋଟ ଦାନ ପାଇଁ ତାଙ୍କ ସ୍ବାମୀଙ୍କ ସହ ଆସି ହଜାରିବାଗରେ ପହଞ୍ଚିଥିଲେ । ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଅନେକ ଲୋକ ଉଭୟ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
ତେବେ ପ୍ରିୟଙ୍କାଙ୍କର ଏଭଳି କାର୍ଯ୍ୟ ସୁସ୍ଥ ଲୋକତନ୍ତ୍ରର ସବୁଠୁ ବଡ ପରିଚୟ । ଯାହାକୁ ସମସ୍ତେ ଶିଖିବା ଦରକାର ।