ETV Bharat / bharat

ହିନ୍ଦୁ ନେତାଙ୍କୁ ଚିଠିରେ ହତ୍ୟା ଧମକ: କମଲେଶଙ୍କ ପରେ ଏବେ ତମ ନମ୍ବର...

author img

By

Published : Oct 20, 2019, 11:21 PM IST

ନୋଏଡାରେ ହିନ୍ଦୁ ନେତା ତଥା ଉତ୍ତର ପ୍ରଦେଶ ନବନିର୍ମାଣ ସେନା ଅଧ୍ୟକ୍ଷ ଅମିତ ଜାନୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ମିଳିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା ତଥା ହିନ୍ଦୁ ସମାଜ ପାର୍ଟିର ଜାତୀୟ ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ଦିନ ଦ୍ବିପ୍ରହରେ ନିର୍ମମ ହତ୍ୟା ପରେ ସାରା ରାଜ୍ୟରେ ଭୟର ବାତାବରଣ । ଏପରିସ୍ଥଳେ ଆଉ ଜଣେ ହିନ୍ଦୁ ନେତାଙ୍କୁ ମିଳିଛି ହତ୍ୟା ଧମକ । ନୋଏଡାରେ ହିନ୍ଦୁ ନେତା ତଥା ଉତ୍ତର ପ୍ରଦେଶ ନବନିର୍ମାଣ ସେନା ଅଧ୍ୟକ୍ଷ ଅମିତ ଜାନୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ମିଳିଛି ।

amit jaani received a threatening letter
ହିନ୍ଦୁ ନେତାଙ୍କୁ ଚିଠିରେ ହତ୍ୟା ଧମକ

ଅମିତ ଜାନି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ପରେ ଚର୍ଚ୍ଚାକୁ ଆସିଥିଲେ । ରବିବାର ତାଙ୍କୁ ଅଜଣା ଚିଠି ମାଧ୍ୟମରେ ହତ୍ୟା ଧିମକ ମିଳିଛି । ଏଥିରେ ଲେଖାଅଛି ଯେ, କମଲେଶ ତିୱାରୀ କେ ବାଦ୍‌ ଅବ୍‌ ତୁହ୍ମାରା ନମ୍ବର । ଚିଠିରେ ପୁଣି ଲେଖା ଅଛି ଅମିତ ଜାନୀ, ଏବେ ଲକ୍ଷ୍ନୌରେ କମଲେଶ ତିୱାରୀଙ୍କ ହତ୍ୟା କରାଯାଇଛି ; ଏବେ ଦିଲ୍ଲୀ ଏନସିଆରରେ ତୁମକୁ ହତ୍ୟା କରାଯିବ ।

ସୂଚନା ଅନୁସରେ ଜଣେ ମହିଳା ରବିବାର ସଂଧ୍ୟାରେ ଅମିତଙ୍କ ସେକ୍ଟର 15A ସ୍ଥିତ କରର୍ପୋରେଟ ହାଉସରେ ପହଞ୍ଚି ସେଠାରେ ଥିବା ଗାର୍ଡକୁ ଏକ ବନ୍ଦ ଲଫାପା ଦେଇ ପଳାଇଯାଇଥିବା ଖବର ରହିଛି । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ରହିଛି । ଅମିତ ଜାନୀଙ୍କ ଅଭିଯୋଗ ପରେ ପୋଲିସ ଅମିତ ଜାନୀଙ୍କ ଘରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଶୁକ୍ରବାର ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ତାଙ୍କ ବାସଗୃହସ୍ଥିତ ଅଫିସରେ ଗୁଳି ମାରି ଓ ଛୁରୀରେ ଗଳା କାଟି ହତ୍ୟା କରାଯାଇଥିଲା । ମିଠେଇ ଡବାରେ ଅଭିଯୁକ୍ତମାନେ ଛୁରୀ ନେଇ ଆସିଥିଲେ । ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ଗେରୁଆ ବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଡ ପରେ ପୋଲିସର ଖୋଳତାଡ ଆରମ୍ଭ ହେବା ସହ ଦୁଇ ଦିନ ଭିତରେ 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ହାଇପ୍ରୋଫାଇଲ ମଡର୍ର କେସକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଛି ।

Intro:Body:

y

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.