ପାଟନା: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା। ଏହି ଘଟଣା ଯେତିକି ବିଭତ୍ସ ସେତିକି ହୃଦୟ ବିଦାରକ। ଦେହଲୋଭୀ ନର ରାକ୍ଷସ ପ୍ରଥମେ ଦୁଷ୍କର୍ମ ଓ ପରେ ଜାଳି ମାରିଦେଇଥିଲେ ପଶୁ ଡାକ୍ତରାଣୀଙ୍କୁ। ନିର୍ଭୟା ପରେ ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ହେଲେ ଘଟଣାର ମାତ୍ର 10 ଦିନ ଭିତରେ ଅପରାଧିଙ୍କୁ ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର ଚାରିଆଡେ ଉତ୍ସବ ଖେଳାଇ ଦେଇଥିଲା। ଏନେଇ କିଏ ହାଇଦ୍ରାବାଦ ପୋଲିସକୁ ଟଙ୍କା ଦେଉଥିଲା ତ ଆଉ କିଏ ଗୋଲାପ ବର୍ଷା କରୁଥିଲେ।
ତେବେ ଖୁସିର ଏହି ମାହୋଲକୁ ବିହାର ପୋଲିସର ଜଣେ ଯବାନ ନୂଆ ତରିକାରେ ସେଲିବ୍ରେଟ କରିଛନ୍ତି। ବର୍ଷ ବର୍ଷ ଧରି ନିଜ ନିଶକୁ ଯତ୍ନର ସହ ସମ୍ଭାଳି ରଖିଥିବା ବିହାରର ଏହି ଯବାନ ଅପରାଧୀଙ୍କ ଏନକାଉଣ୍ଟର ଖବର ଶୁଣିବା ପରେ ନିଶ କାଟିଦେଇଛନ୍ତି।
ଏହି ଯବାନ ଜଣକ ହେଉଛନ୍ତି ଶିବଜୀ କୁମାର। ସେ ବର୍ତ୍ତମାନ ଭୋଜପୁରରେ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟ କରୁଛନ୍ତି। ତେବେ ଯବାନଙ୍କ ଖୁସି ଜାହିର କରିବାର ଏହି ତରିକା ସୋସିଆଲ ମିଡିଆରେ ଛାଇ ଯାଇଛି।