ଟୋକିଓ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଚୀନକୁ ଜାପାନ ଠାରୁ ଜୋରଦାର ଝଟକା ଲାଗିଛି । ଯେଉଁ ଆଇଲ୍ୟାଣ୍ଡ ହାତେଇବା ପାଇଁ ଚୀନ ଦୀର୍ଘ ସମୟରୁ ନଜର ରଖିଛି ଜାପାନ ତାକୁ ଅଧିଗ୍ରହଣ କରିବା ଦିଗରେ ଗୋଟିଏ ପାଦ ଆଗକୁ ବଢିଛି । ଓକୋନାବାରେ ଇଶିଗାକି ସିଟି କାଉଲନ୍ସିଲ ଏକ ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି । ଏହି ବିଧେୟକ ସେଙ୍କାକୁସ ଦ୍ବୀପ ଉପରେ ଜାପାନର ନିୟନ୍ତ୍ରଣକୁ ମଜବୁତ ପ୍ରଦାନ କରିଛି ।
ତେବେ ଏହି ବିଧେୟକ ପାରିତ ହେବା ପୂର୍ବରୁ ଏନେଇ ଜାପାନକୁ ଚେତାବନୀ ଦେଇଥିଲା । ଚୀନ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଜାରି ବୟାନରେ କୁହାଯାଇଥିଲା, ଏହି ଦ୍ବିପ ଚୀନ କ୍ଷେତ୍ରରେ ଯାଉଛି । ଦିଆଓୟୁ ଦ୍ବୀପ ସମୁହ ପ୍ରସଙ୍ଗକୁ 4 ସିଦ୍ଧାନ୍ତ ସହମତିର ସହ ପାଳନ କରିବାକୁ ଚୀନ ଜାପାନକୁ ନିବେଦନ କରୁଛି । ଏଭଳି ନହେଲେ ଚୀନ ପୂର୍ବ ସାଗରର ସ୍ଥିତିକୁ ବଜାୟ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଅନ୍ୟପକ୍ଷରେ ଏହି ବିଧେୟକ ପ୍ରଶାସନିକ ପ୍ରକ୍ରିୟାର ଦକ୍ଷତାରେ ସୁଧାର ଆଣିବା ପାଇଁ ଆବଶ୍ୟକ ବୋଲି ଜାପାନ ନଗର ପରିଷଦ ପକ୍ଷରୁ କୁହାଯାଇଥିଲା ।
ସୂଚନାଯୋଗ୍ଯ ଯେ, ପୂର୍ବ ଚୀନ ସାଗରର ଏହି ଦ୍ବୀପକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ବିବାଦ ଜାରି ରହିଛି । ଜାପାନ ଏହାକୁ ନିଜର କହି ସେଙ୍କାକୁସ ନାମରେ ନାମିତ କରିଛି । ଅନ୍ୟ ପକ୍ଷରେ ଚୀନ ଏହାକୁ ନିଜର ବୋଲି ଦାବି କରି ଏହାକୁ ଦିଆଓୟୁ ନାମରେ ନାମିତ କରିଛି । 1972ରୁ ଏହି ଦ୍ବୀପ ଉପରେ ଜାପାନର ଅଧିଗ୍ରହଣ ରହିଛି । ତେବେ 2012 ମସିହାରେ ଜାପାନ କିଛି ଦ୍ବିପକୁ ରାଷ୍ଟ୍ରୀୟକରଣ କରିଥିଲା । ସେବେଠାରୁ ଚୀନ ଏବଂ ଜାପାନ ମଧ୍ୟରେ ବିବାଦ ଜାରି ରହିଛି । ଏହାପରଠାରୁ ଚୀନ ଟୋକିଓ ସହ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ମନା କରିଦେଇଥିଲା ।