ETV Bharat / bharat

ନିର୍ବାଚନୀ ପ୍ରଚାରରେ ଲାଗିଲା ରୋକ, ହନୁମାନଙ୍କ ଶରଣରେ ଯୋଗୀ - hunman

ନିର୍ବାଚନ ଆଚରଣ ସଂହିତା ଉଲଙ୍ଘନ ପରେ ଯୋଗୀଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଇସି। ଏହା ପରେ ଯୋଗୀ ହନୁମାନ ସେତୁ ମନ୍ଦିରରେ ହନୁମାନ ଚାଳିଶା ପାଠ କରିଛନ୍ତି ଶରଣ ପଶିଛନ୍ତି।

ଫଟୋ ସୌଜନ୍ୟ: ଫାଇଲ ଫଟୋ
author img

By

Published : Apr 16, 2019, 11:50 AM IST

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ସଂହିତା ଉଲଙ୍ଘନ ଅଭିଯୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି ପ୍ରତିବନ୍ଧକ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଆଜି(ମଙ୍ଗଳବାର) ହନୁମାନ ଚାଳିଶା ପାଠ କରିଛନ୍ତି ।

ସୂଚନାମୁତାବକ, ମଙ୍ଗଳବାର ସକାଳ ୮.୩୦ରେ ଯୋଗୀ ହନୁମାନ ସେତୁ ମନ୍ଦିରରେ ପହଞ୍ଚିଥିଲେ। ପ୍ରକାଶ ଯେ, ନାମାଙ୍କନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସେଠାରେ ପହଞ୍ଚିଥିଲେ ।ସେହିଠାରେ ଯୋଗୀ ହନୁମାନ ଚାଳିଶା ପାଠ କରିଥିଲେ । ତେବେ ନିର୍ବାଚନ କମିଶନ ତାଙ୍କ ଭାଷଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆଉ ଏହି ରୋକରେ ମନ୍ଦିର ଯିବା ସାମିଲ ନାହିଁ। କିନ୍ତୁ ଏଭଳି ସ୍ଥିତିରେ ସେ ମନ୍ଦିର ଯାଇପାରିବେ।

ସୂଚନାଯୋଗ୍ୟ, ବିଏସପି ମୁଖ୍ୟ ମାୟାବତୀ ଏପ୍ରିଲ 7 ତାରିଖରେ ସାହାରନପୁରର ଦେବବନ୍ଦରେ ଗଠବନ୍ଧନର ସଂଯୁକ୍ତ ରାଲିରେ ମୁସଲିମ ସମ୍ପ୍ରଦାୟର ଲୋକ ନିଜ ଭୋଟ ନବାଣ୍ଟି କେବଳ ମହାମେଣ୍ଟକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଯାହାର ଜବାବରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ବିରୋଧୀ ଦଳକୁ ଅଲ୍ଲୀ ପସନ୍ଦ ତ ଆମକୁ ବଜରଙ୍ଗବଲୀ । ଉଭୟ ସାମ୍ପ୍ରଦାୟକତା ଏବଂ ଧର୍ମକୁ ନେଇ ଭାଷଣ ଦେଇଥିବାରୁ ନିର୍ବାଚନ ଆୟୋଗ ସେମାନଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ନିର୍ବାଚନ ଆୟୋଗ ପକ୍ଷରୁ ଲାଗିଥିବା ପ୍ରତିବନ୍ଧକ ଅନୁସାରେ ଯୋଗୀ 16, 17 ଏବଂ 18 ଏପ୍ରିଲ ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାର କରିବେ ନାହିଁ ।

Intro:Body:

fgdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.