ETV Bharat / bharat

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ; କଂଗ୍ରେସ ପରେ ହୋଟେଲରେ ରହିବେ ବିଜେପି ବିଧାୟକ - BJP shifts its MLAs to Jaipur hotel

କଂଗ୍ରେସ ତାର ସମସ୍ତ ବିଧାୟକଙ୍କୁ ଜୟପୁରର ଏକ ହୋଟେଲରେ ରଖିଥିବାବେଳେ ଏବେ ବିଜେପି ମଧ୍ୟ ସମାନ ରଣନୀତି ଆପଣାଇଛି । କ୍ରସ ଭୋଟିଂକୁ ଦୃଷ୍ଟିରେ ରଖି ଉଭୟ ଦଳ ଏପରି କରିଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ପରେ ହୋଟେଲରେ ବିଜେପି ବିଧାୟକ
କଂଗ୍ରେସ ପରେ ହୋଟେଲରେ ବିଜେପି ବିଧାୟକ
author img

By

Published : Jun 16, 2020, 4:08 PM IST

ଜୟପୁର: ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରେ ଚାଲିଛି ହୋଟେଲ ରଣନୀତି । ପ୍ରଥମେ କଂଗ୍ରେସ ତାର ସମସ୍ତ ବିଧାୟକଙ୍କୁ ଜୟପୁରର ଏକ ହୋଟେଲରେ ରଖିଥିବାବେଳେ ଏବେ ବିଜେପି ମଧ୍ୟ ସମାନ ରଣନୀତି ଆପଣାଇଛି । କ୍ରସ ଭୋଟିଂକୁ ଦୃଷ୍ଟିରେ ରଖି ଉଭୟ ଦଳ ଏପରି କରିଥିବା ଚର୍ଚ୍ଚା ହେଉଛି ।

ଜୁନ୍‌ 19 ତାରିଖରେ ଏଠାରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାବେଳେ ପୂର୍ବରୁ କଂଗ୍ରେସ ତାର ବିଧାୟକଙ୍କୁ ନେଇ ଜୟପୁରର ଏକ ହୋଟେଲରେ ରଖିଛି । ବିଜେପି କଂଗ୍ରେସର ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରୁଥିବା ଦର୍ଶାଇ ଏପରି ପଦକ୍ଷେପ ନେଇଛି କଂଗ୍ରେସ । ଏହାସହ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ଦୁଇ ପ୍ରାର୍ଥୀଙ୍କୁ ବିଜୟ କରିବାକୁ ଦଳ ଏପରି ରଣନୀତି ଆପଣାଇଥିବା ଚର୍ଚ୍ଚା ହେଉଛି ।

ଏପଟେ ବିଜେପି ମଧ୍ୟ ନିଜ ଦୁଇ ପ୍ରାର୍ଥୀଙ୍କୁ ବିଜୟ କରିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ନିଜ ବିଧାୟକଙ୍କୁ ନିର୍ବାଚନ ପୂର୍ବରୁ ଏକାଠୀ ରଖିବାକୁ ଜୟପୁରର ଏକ ହୋଟେଲକୁ ନେବାକୁ ଯୋଜନା କରିଛି ଦଳ । ଯେଉଁଠି ସେମାନଙ୍କୁ କିପରି ଭୋଟ ଦିଆଯିବ ସେନେଇ ଅଭ୍ୟାସ କରାଯିବ । ଏହାସହ ଶେଷ ଦିନରେ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ସହ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, ରାଜସ୍ଥାନର 200 ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ପାଖରେ 107 ବିଧାୟକ ଥିବାବେଳେ ସ୍ବାଧୀନ ଓ ଅନ୍ୟାନ୍ୟ ଦଳର ବିଧାୟକଙ୍କୁ ମିଶାଇ ସମୁଦାୟ 125 ଜଣଙ୍କ ସମର୍ଥନ ରହିଛି । ସେପଟେ ବିଜେପି ପାଖରେ 72 ବିଧାୟକ ଥିବାବେଳେ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟିର 3 ବିଧାୟକଙ୍କ ସମର୍ଥନ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.