ETV Bharat / bharat

5 ମାସ ପରେ ଖୋଲିଲା ଶାହିନବାଗରେ ଶୋ’ରୁମ, ନାହିଁ ଗ୍ରାହକଙ୍କ ଦର୍ଶନ

author img

By

Published : May 23, 2020, 10:12 AM IST

ଦିଲ୍ଲୀକୁ ନୋଏଡା ସହିତ ସଂଯୋଗ କରୁଥିବା ଅଞ୍ଚଳରେ 200ରୁ ଅଧିକ ବ୍ରାଣ୍ଡର ଶୋ’ରୁମ ରହିଛି । ଯାହା ଲକଡାଉନରେ ଅଡ ଇଭେନ ନମ୍ବର ଅନୁସାରେ ଖୋଲାଯାଇଛି । ଅଧିକ ପଢନ୍ତୁ...

5 ମାସ ପରେ ଖୋଲିଲା ଶାହିନବାଗ ଶୋ’ରୁମ, ନାହିଁ ଗ୍ରାହକଙ୍କ ଦର୍ଶନ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଡ ଇଭେନ ଅନୁଯାୟୀ, ଶାହିନବାଗରେ ଥିବା ଶୋ’ରୁମ ପାଞ୍ଚ ମାସ ପରେ ଖୋଲିଛି । ଡିସେମ୍ବର 15 ତାରିଖ ମଧ୍ୟରାତ୍ରିରୁ ଶାହିନବାଗ ବନ୍ଦ ହୋଇଯାଇଥିଲା, ଯେତେବେଳେ ସିଏଏ ବିରୋଧରେ ବିରୋଧ ଆରମ୍ଭ ହୋଇଥିଲା ଏବଂ କୋଭିଡ-19 ମହାମାରୀ କାରଣରୁ ଲକଡାଉନ ଘୋଷଣା ପର୍ଯ୍ୟନ୍ତ ଜାରି ରହିଥିଲା ।

ଫରିଦାବାଦ, ଦିଲ୍ଲୀକୁ ନୋଏଡା ସହିତ ସଂଯୋଗ କରୁଥିବା ଅଞ୍ଚଳରେ 200ରୁ ଅଧିକ ବ୍ରାଣ୍ଡର ଶୋ’ରୁମ ରହିଛି । ହେଲେ ଶୋ’ରୁମ ମାଲିକଙ୍କ କହିବା ଅନୁଯାୟୀ ଦୋକାନ ଖୋଲିଛୁ ସତ, କିନ୍ତୁ ସେଗୁଡ଼ିକର ବିକ୍ରୟ ହେଉନାହିଁ । କାରଣ ଦୋକାନ ଖୋଲିବା ପରଠାରୁ କୌଣସି ଜଣେ ହେଲେ ଗ୍ରାହକ ଦୋକାନକୁ ଆସିନାହାନ୍ତି । ଦୋକାନ ବନ୍ଦ ହେତୁ ସେମାନେ ବହୁ କ୍ଷତି ସହିଛନ୍ତି ଏବଂ ଯଦି ଫୁଟ୍ଫଲ୍ ବୃଦ୍ଧି ନହୁଏ ତେବେ ସେମାନେ ଭଡା ସମେତ ଚାଲୁଥିବା ଖର୍ଚ୍ଚ ବହନ କରିପାରିବେ ନାହିଁ। ରିଜୱାନ ଭଳି ଦୋକାନୀମାନଙ୍କୁ ଭଡା ଦେବାକୁ ପଡିବ ନାହିଁ କିନ୍ତୁ ଅନେକ ଦୋକାନୀ ଚିନ୍ତାରେ ଅଛନ୍ତି ।

ପୂର୍ବରୁ ସିଏଏ ବିରୋଧ ଯୋଗୁଁ ରାସ୍ତା ଅବରୋଧ ରହିଥିଲା ସେନେଇ ବିବାହ ଋତୁ ବଜାର ମାନ୍ଦା ପଡିଥିଲା । ଆଉ ଏବେ କୋରୋନା ମହାମାରୀ କାରଣରୁ ଇଦ ବଜାର ବି ଠପ ହୋଇ ପଡିରହିଛି । ଅର୍ଥନୈତିକ ସଙ୍କଟ ବ୍ୟବସାୟକୁ ନଷ୍ଟ କରିଦେଇଛି ଏବଂ ପାଞ୍ଚ ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ହେବା ଦ୍ବାରା ସେମାନେ ଦେବାଳିଆ ହୋଇଯାଇଥିବା ସମସ୍ତ ଦୋକାନୀ ମାନେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.