ନୂଆଦିଲ୍ଲୀ: ତିନି ମାସ ପରେ ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ଓପିଡି ସେବା । ଯାହାଦ୍ବାରା ବର୍ତ୍ତମାନ କୋରୋନା ବ୍ୟତୀତ ଅନ୍ୟ ରୋଗୀମାନେ ସୁରୁଖୁରରେ ଚିକିତ୍ସା ପାଇପାରିବେ ।
ଏମ୍ସ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଓପିଡି ସେବା ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଯଦି ଏକ ବିଭାଗ ନୂଆ ରୋଗୀଙ୍କୁ ଦେଖିବାକୁ ଚାହାଁନ୍ତି ତେବେ ସୀମିତ ସଂଖ୍ୟକ ରୋଗୀଙ୍କୁ ଓପିଡି ସେବା ଦିଆଯିବ ।
କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଓପିଡି ସେବା ପାଇଁ କିଛି ନିୟମ ପ୍ରସ୍ତୁତ କରାଯାଇଛି । ଏକ ନିୟମ ଅନୁଯାୟୀ, ଗୋଟିଏ ଦିନରେ କେବଳ 15 ରୋଗୀଙ୍କୁ ଦେଖାଯିବ । ଓପିଡି ସେବାର ଲାଭ ପୁରୁଣା ରୋଗୀ ନେଇପାରିବେ କିନ୍ତୁ ନୂଆ ରୋଗୀଙ୍କ ପାଇଁ ସିମୀତ ସଂଖ୍ୟାରେ ରୋଗୀଙ୍କୁ ଦେଖାଯିବ । ସେହିପରି ଓପିଡି ସେବା କେବଳ ସକାଳ ସମୟରେ ଉପଲବ୍ଧ ହେବ । ସନ୍ଧ୍ୟାରେ କୌଣସି ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ନେବାକୁ ଅନୁମତି ଦିଆଯିବ ନାହିଁ । ରୋଗୀମାନେ ଆପଏଣ୍ଟମେଣ୍ଟ ସିଧାସଳଖ ଅନଲାଇନ କିମ୍ବା ବିଭାଗ ଠାରୁ ନେଇପାରିବେ । କାହାକୁ ଆପଏଣ୍ଟମେଣ୍ଟ ମିଳିବ ତାହା ବିଭାଗ ନିଷ୍ପତ୍ତି ନେବ ।
ଏଥିସହ ଯେଉଁ ରୋଗୀଙ୍କୁ ବିଭାଗ ଆପଏଣ୍ଟମେଣ୍ଟ ଦେବାକୁ ଚାହୁଁଛନ୍ତି ତାଙ୍କ ନାମ ସମେତ ନମ୍ବର ଲିଷ୍ଟ 48 ଘଣ୍ଟା ପୂର୍ବରୁ ଦାଖଲ କରିବାକୁ ପଡିବ। ଏଥିସହ ଓପିଡି ସେବା ଲାଭ ଉଠାଇବାକୁ ଆସୁଥିବା ସମସ୍ତ ରୋଗୀଙ୍କୁ ସାମାଜିକ ଦୂରତା ନିୟମ ପାଳନ କରିବାକୁ ପଡିବ ।
ପ୍ରକାଶ ଥାଉକି, କୋରୋନା ମହାମାରୀ କାରଣରୁ 3 ମାସ ହେବ ଦିଲ୍ଲୀ ଏମ୍ସରେ ଓପିଡି ସେବା ବନ୍ଦ ଥିଲା ।