ETV Bharat / bharat

'ଏରୋ ଇଣ୍ଡିଆ 2021' ପ୍ରଦର୍ଶନୀର ଦ୍ବିତୀୟ ଦିନ - aero india show 2021 second day

ଏରୋ ଇଣ୍ଡିଆ-2021 ପ୍ରଦର୍ଶନୀର ଆଜି ଦ୍ବିତୀୟ ଦିନ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଭାରତୀୟ ଯୁଦ୍ଧ ବିମାନ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ- ତେଜସ, ସୁଖୋଇ-30 MKI, LCH ହେଲିକପ୍ଟର । ସେପଟେ ଶକ୍ତିଶାଳୀ ଲଢୁଆ ବିମାନ ଡାକୋଟା ଦେଖାଇଛି ଜଲୱା ।

'ଏରୋ ଇଣ୍ଡିଆ 2021' ପ୍ରଦର୍ଶନୀର ଦ୍ବିତୀୟ ଦିନ

author img

By

Published : Feb 4, 2021, 2:00 PM IST

ବେଙ୍ଗାଲୁରୁ: ଏରୋ ଇଣ୍ଡିଆ-2021 ପ୍ରଦର୍ଶନୀର ଆଜି ଦ୍ବିତୀୟ ଦିନ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଭାରତୀୟ ଯୁଦ୍ଧ ବିମାନ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ- ତେଜସ, ସୁଖୋଇ-30 MKI, LCH ହେଲିକପ୍ଟର । ସେପଟେ ଶକ୍ତିଶାଳୀ ଲଢୁଆ ବିମାନ ଡାକୋଟା ଦେଖାଇଛି ଜଲୱା । ଆଖି ପିଛୁଳାକେ ଲଢୁଆ ବିମାନ ଗୁଡିକ ପରସ୍ପରର ଅତି ନିକଟରୁ ଅତିକ୍ରମ କରିବା ସହ ବିଭିନ୍ନ ପ୍ରକାରର କୌଶଳ ପ୍ରଦର୍ଶନ କରିଛନ୍ତି । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

'ଏରୋ ଇଣ୍ଡିଆ 2021' ପ୍ରଦର୍ଶନୀର ଦ୍ବିତୀୟ ଦିନ

ସେପଟେ ଆଜି ବାୟୁସେନାର ସୁପରସୋନିକ୍ ବୋମା ବର୍ଷଣକାରୀ ବି-୧ ବି ଲାନ୍ସର୍ ର ଜଲୱା ମଧ୍ୟ ଦେଖିବାକୁ ମିଳିଛି । ଏହା ବ୍ୟତୀତ ସୂର୍ଯ୍ୟକିରଣ ବିମାନ ଏବଂ ଭାରତର ସାରଙ୍ଗ ହେଲିକପ୍ଟରଗୁଡ଼ିକ ସେମାନଙ୍କର କୌଶଳ ପ୍ରଦର୍ଶନ କରିଛନ୍ତି । ଭାରତୀୟ ବାୟୁସେନାର ମୋଟ ୪୧ଟି ବିମାନ ଏହି ଶୋ’ରେ ଭାଗ ନେଇଛନ୍ତି। ଏହି ଅନ୍ତର୍ଜାତୀୟ ଇଭେଣ୍ଟର 14 ଦେଶର 78 ଟି କମ୍ପାନୀ ସାମିଲ ହୋଇଛନ୍ତି ।

ସେହିପରି ବେଙ୍ଗାଲୁରୁର ୟାଲାହାଙ୍କା ବିମାନ ଘାଟିରେ ଡାକୋଟା ବିମାନର କୌଶଳ ଦମଦାର୍‌ ରହିଥିବାବେଳେ LCH ହେଲିକପ୍ଟର ମଧ୍ୟ ନିଜ ଜଲୱା ଦେଖାଇଛି । ସେପଟେ ଶତ୍ରୁକୁ ମାତ ଦେବାକୁ ଜିନକିଙ୍ଗ କ୍ରସ ପ୍ରଦର୍ଶନ କରିଛି ସୂର୍ଯ୍ୟକିରଣ । ଏହାସହ ମହିଳାଙ୍କ ପାଇଁ ଆକାଶରେ ହାର୍ଟ ଆଙ୍କିଛି ସୂର୍ଯ୍ୟକିରଣ ବିମାନ । ତେବେ ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଯୋଗ ଦେଇ ଉଦଯାପନୀ ଉତ୍ସବକୁ କରିବେ ସମ୍ବୋଧିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.