ETV Bharat / bharat

ଶାସକ-ବିରୋଧୀ ଏକାଠି, ମାୟାବତୀଙ୍କୁ ଆଦିତ୍ୟନାଥଙ୍କ ଧନ୍ୟବାଦ

author img

By

Published : Apr 4, 2020, 8:14 PM IST

ସରକାରଙ୍କ ପ୍ରତି ପଦକ୍ଷେପକୁ ସମର୍ଥନ କରିବାକୁ ନିଜ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମାୟାବତୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏକାଠି ଶାସକ-ବିରୋଧୀ, ମାୟାବତୀଙ୍କୁ ଆଦିତ୍ୟନାଥଙ୍କ ଧନ୍ୟବାଦ

ଲକ୍ଷ୍ନୌ: କୋଭିଡ 19 ବିରୋଧରେ ଲଢେଇ ସମସ୍ତଙ୍କୁ ଏକାଠି କରିଛି । ରାଜନୀତି ଉର୍ଦ୍ଧ୍ବରେ ଶାସକ-ବିରୋଧୀ ଏକ ହୋଇଛନ୍ତି । କେନ୍ଦ୍ର ସହ ବିଭିନ୍ନ ରାଜ୍ୟରେ ଏହାର ଚିତ୍ର ଦେଖିବାକୁ ମିଳିଛି । ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିରୋଧୀ ସମର୍ଥନ ଦେଇଛନ୍ତି ।

ଉତ୍ତରପ୍ରଦେଶରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଶାସକ ବିଜେପିକୁ ସମର୍ଥନ ଜଣାଇଛି ବିରୋଧୀ ବିଏସପି । ସରକାରଙ୍କ ପ୍ରତି ପଦକ୍ଷେପକୁ ସମର୍ଥନ କରିବାକୁ ନିଜ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମାୟାବତୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ରାଜନୀତି ଉପରେ ସମସ୍ତେ ଏକ ହେବା ଉଚିତ ।

ଏହାସହ ରାଜ୍ୟରେ ଖଦିରେ ତିନିସ୍ତରୀୟ ମାସ୍କ ତିଆରି କରିବାକୁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାସ୍କ ସବୁକୁ ବାରମ୍ବାର ଧୋଇ ବ୍ୟବହାର କରିହେବ । କମ ମୂଲ୍ୟରେ ସରକାର ଏସବୁ ବିକ୍ରି ପାଇଁ ଉପଲବ୍ଧ କରାଇବେ ବୋଲି ସେ ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ 174 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 19 ଜଣ ସୁସ୍ଥ ହୋଇ ଛାଡ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.