ନୂଆଦିଲ୍ଲୀ: ସାହିନବାଗର ପ୍ରର୍ଦଶନକୁ ନେଇ ରାଜନୈତିକ ବୟାନବାଜି ଥମିବାର ନାଁ ନେଉନି। ଆଜି ଏଥିରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି। ବିଭିନ୍ନ ସମୟରେ ବିବାଦସ୍ପଦ ବୟାନକୁ ନେଇ ଚର୍ଚ୍ଚା ରହିଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସାହିନବା ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି।
ସେ କହିଛନ୍ତି ଯେ, ଟ୍ରିପଲ ତଲାକୁ ନେଇ କାନ୍ଦୁଥିବା ମୋଦି ଯଦି ଇମାନଦାର ହୋଇଥାନ୍ତେ, ତାହାଲେ ବହୁ ଦିନରୁ ସାହିନ ବାଗରେ ଆନ୍ଦୋଳନରତ ମା-ଭଉଣୀ ମାନଙ୍କୁ ଭେଟିବାକୁ ଯାଇଥାନ୍ତେ ।
ସୂଚନା ଥାଉ କି, ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସି (ଜାତୀୟ ନାଗରିକତା ପଞ୍ଜିକା) କୁ ବିରୋଧ କରି ବହୁ ସପ୍ତାହ ହେଲା ଦିଲ୍ଲୀ ସାଦିନବାଗରେ ଆନ୍ଦୋଳନ ଚାଲୁଛି। ଏନେଇ ଜାତୀୟ ସ୍ତରର ନେତା ନିଜର ବୟାନବାଜି ନେଇ ବିବାଦରେ ରହିଛନ୍ତି। କଂଗ୍ରେସ ନେତା ଅଧିର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି କଟାକ୍ଷ ଦିଲ୍ଳୀ ନିର୍ବାଚନ ପାଣିପାଗ କୁ ଖୋରାକ ଯୋଗାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।